ବିଲରେ କାମ କରୁଥିବା ବେଳେ ଟଳିପଡ଼ିଲେ ୩ ଚାଷୀ

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗାଁରେ ଗଣେଶ ଜେନାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ବାହାରିପୁର ଗାଁରେ ବହ୍ଲଭ ଜେନାଙ୍କର ମୃତ୍ୟୁ ଘଟିଛି। ସେହିପରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଦୋଗଡ଼ା ସାପୁଆସାହିରେ ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଗୁରତର ଅବସ୍ଥାରେ […]

lighting

Tapaswini Nayak
  • Published: Tuesday, 01 September 2020
  • , Updated: 01 September 2020, 01:00 PM IST

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ଗାଁରେ ଗଣେଶ ଜେନାଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ବାହାରିପୁର ଗାଁରେ ବହ୍ଲଭ ଜେନାଙ୍କର ମୃତ୍ୟୁ ଘଟିଛି।

ସେହିପରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଦୋଗଡ଼ା ସାପୁଆସାହିରେ ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।

ସମସ୍ତଙ୍କୁ ଗୁରତର ଅବସ୍ଥାରେ ବିଲରୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଆଜି ସକାଳେ ଆନନ୍ଦପୁର ଅଞ୍ଚଳରେ ବର୍ଷା ସହ ବଜ୍ରାପାତ ହୋଇଥିଲା।

Related story