ଭାସିଗଲେ ୩ ଯୁବକ

ଲମତାପୁଟ:(ଓଡ଼ିଶା ରିପୋର୍ଟର) କୋରାପୁଟର ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା। ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ। କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ। ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୁଲିସ ଖୋଜାଖୋଜି ଆରମ୍ଭ […]

jnb1-11

Tapas Behera
  • Published: Monday, 26 October 2020
  • , Updated: 26 October 2020, 10:38 PM IST

ଲମତାପୁଟ:(ଓଡ଼ିଶା ରିପୋର୍ଟର) କୋରାପୁଟର ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା।

ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ। କିନ୍ତୁ ଆଉ ୨ ଜଣ ପହଁରି ପଳାଇ ଆସିଥିଲେ। ପଳାଇ ଆସିଥିବା ୨ ଯୁବକ ଗତକାଲି ଠାରୁ ଦୁର୍ଘଟଣା କଥା କହିନଥିଲେ।

ଆଜି ସନ୍ଧ୍ୟାରେ ଘଟଣା ଜଣାପଡ଼ିବା ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଛି। ୫ ଜଣ ଯାକ ଯୁବକଙ୍କ ଘର ଜଳଭଣ୍ଡାର ନିକଟ ପାଢୁଆ ଗାଁରେ ବୋଲି ଜଣାପଡ଼ିଛି।

Related story