ରାଜ୍ୟରେ ଆଉ ୩ ଜଣ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକରୁ ଜଣେ ଓ ବାଲେଶ୍ୱରର ୨ ଜଣ ଅଛନ୍ତି। କଟକ ତିଗିରିଆ ଅଞ୍ଚଳରୁ ଚିହ୍ନଟ ହୋଇବା ଯୁବକ ଜଣକର ବୟସ ହେଉଛି ୩୪। ସେ ସୁରତଫେରନ୍ତା ବୋଲି ଜଣାପଡ଼ିଛି। ସେହିପରି ବାଲେଶ୍ୱରରେ ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୦ ବର୍ଷ ମହିଳା ଥିବା ବେଳେ ଅନ୍ୟ ଜଣେ ୨୬ ବର୍ଷର ପୁରୁଷ ଅଛନ୍ତି। ସେମାନଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି। […]

Cuttack

Tapas Behera
  • Published: Tuesday, 05 May 2020
  • , Updated: 05 May 2020, 04:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକରୁ ଜଣେ ଓ ବାଲେଶ୍ୱରର ୨ ଜଣ ଅଛନ୍ତି। କଟକ ତିଗିରିଆ ଅଞ୍ଚଳରୁ ଚିହ୍ନଟ ହୋଇବା ଯୁବକ ଜଣକର ବୟସ ହେଉଛି ୩୪। ସେ ସୁରତଫେରନ୍ତା ବୋଲି ଜଣାପଡ଼ିଛି। ସେହିପରି ବାଲେଶ୍ୱରରେ ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୦ ବର୍ଷ ମହିଳା ଥିବା ବେଳେ ଅନ୍ୟ ଜଣେ ୨୬ ବର୍ଷର ପୁରୁଷ ଅଛନ୍ତି। ସେମାନଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/IPR_Odisha/status/1257618344888479746?s=20

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟରେ କରୋନାରେ ୧୭୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। କଟକ ଜିଲ୍ଲାରେ ଏହା ହେଉଛି ଦ୍ୱିତୀୟ କରୋନା ଆକ୍ରାନ୍ତ। ପୂର୍ବରୁ କଟକ ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ କଟକ ଗ୍ରୀନ୍‌ ଜୋନ୍‌ରେ ଥିବା ବେଳେ ବାଲେଶ୍ୱର ରେଡ୍‌ ଜୋନ୍‌ରେ ରହିଛି।

Related story