କାର୍ଯ୍ୟରତ ମହିଳା କନଷ୍ଟେବଳଙ୍କୁ ପିଟିଲେ ଦୁର୍ବୃତ୍ତ

Ordigital Desk
  • Published: Sunday, 31 December 2017
  • , Updated: 31 December 2017, 10:06 PM IST
<p>ଯାଜପୁର (ଓଡ଼ିଶା ରିପୋର୍ଟର): ଜଣେ କର୍ତ୍ତବ୍ୟରତ ମହିଳା କନଷ୍ଟେବଳଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ମହାବିନାୟକ ମନ୍ଦିର ପରିସରରେ ଡ୍ୟୁଟିରେ ଥିବା ଜଣେ ମହିଳା ଏପିଆର କନଷ୍ଟେବଳଙ୍କୁ ତିନିଜଣ ଯୁବକ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ କନଷ୍ଟେବଳ ବିଳାସିନୀ ନାୟକଙ୍କୁ ପ୍ରଥମେ ବଡ଼ଚଣା ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।</p> <p>ପିକନିକ୍ ପାଇଁ ମହାବିନାୟକ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିବାରୁ ପୋଲିସ ମୁତୟନ କରାଯାଇଛି। ଆଜି ବିଳାସିନୀ ଡ୍ୟୁଟିରେ ଥିବା ବେଳେ ତିନି ଜଣ ଯୁବକ ଏକ ବାଇକରେ ଆସି ନୋ ପାର୍କିଂ ଜୋନରେ ଗାଡ଼ି ରଖିଥିଲେ। ବିଳାସିନୀ ସେମାନଙ୍କୁ ସେ ସ୍ଥାନରେ ବାକ୍&zwnj; ରଖିବାକୁ ମନା କରିବାରୁ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିୟୋଗ ହୋଇଛି। ବଡ଼ଚଣା ପୋଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।</p>

Related story