ସୁନ୍ଦରଗଡ଼ (ବିଜୟ ବରୁଆ): ବସ୍ରେ ପିଟିହେଲା ବାଇକ୍। ଘଟଣା ସ୍ଥଳରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣଙ୍କ ଜୀବନ ମେଡ଼ିକାଲରେ ଯାଇଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି।
ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ କୌଣସି କାମରେ ବାଇକ୍ରେ ଦ୍ରୁତ ଗତିରେ ଯାଉଥିଲେ। ତେବେ ତୁମୁଲିଆ ଗାଁର ନିକଟରେ ସମ୍ମୁଖରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ରେ ପିଟି ହୋଇଯାଇଥିଲା ବାଇକ୍। ଫଳରେ ଘଟଣା ସ୍ଥଳରେ ରୋହନ ଓ ଶ୍ୟାମଙ୍କ ମୃତ୍ୟୁ ଘଟିଥିଲା। ତେବେ ଓମ୍ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।