ଘରକୁ ଫେରୁଥିଲେ, ଅଧାବାଟରେ ବଜ୍ରପାତ ନେଇଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

କେନ୍ଦୁଝର: (ଓଡ଼ିଶା ରିପୋର୍ଟର):ବଜ୍ରାଘାତରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। କେନ୍ଦୁଝର ବାରିଆ ଥାନା ଗୁଡ଼ିପୋଖରୀ ନିକଟରେ ଗତକାଲି ବଜ୍ରାଘାତରେ  ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି। ଝୁମ୍ପୁରା ବ୍ଲକ ତିଳିତିଆ  ଗାଁର ମହେଶ୍ୱର ମହାନ୍ତ ଓ ପତ୍ନୀ ଯଶୋଦା ମହାନ୍ତ ବାଇକ ଯୋଗେ ଘରକୁ ଫେରୁଥିଲେ।  ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ହୋଇଥିଲା।  ଗାଁଠୁ କିଛି ଦୂର ଗୁଡ଼ିପୋଖରୀଠାରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ପତି-ପତ୍ନୀ ପ୍ରାଣ ହରାଇଥିଲେ।  ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ […]

v-999

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 06:39 AM IST

କେନ୍ଦୁଝର: (ଓଡ଼ିଶା ରିପୋର୍ଟର):ବଜ୍ରାଘାତରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। କେନ୍ଦୁଝର ବାରିଆ ଥାନା ଗୁଡ଼ିପୋଖରୀ ନିକଟରେ ଗତକାଲି ବଜ୍ରାଘାତରେ  ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି। ଝୁମ୍ପୁରା ବ୍ଲକ ତିଳିତିଆ  ଗାଁର ମହେଶ୍ୱର ମହାନ୍ତ ଓ ପତ୍ନୀ ଯଶୋଦା ମହାନ୍ତ ବାଇକ ଯୋଗେ ଘରକୁ ଫେରୁଥିଲେ।  ତେବେ ଏହି ସମୟରେ କାଳବୈଶାଖୀ ବର୍ଷା ହୋଇଥିଲା।  ଗାଁଠୁ କିଛି ଦୂର ଗୁଡ଼ିପୋଖରୀଠାରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ପତି-ପତ୍ନୀ ପ୍ରାଣ ହରାଇଥିଲେ।  ପରେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ତାଙ୍କୁ ମୃତ ଘୋଷଣା କରାଯାଇଛି। ଏହି ଦୁର୍ଘଟଣା ପରେ ତିଳିତିଆ ଗାଁରେ ଶୋକର ଛାୟା ଖେଳିଯାଇଛି।

Related story