ଭୁବନେଶ୍ୱର: ଆଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୨୦୦୦ କୋଟି ଟଙ୍କା ବିନିଯୋଗ କରିବେ। ଆସନ୍ତାବର୍ଷରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଦେଶ, ବିଦେଶର ପ୍ରତିଷ୍ଠିତ ଆଇଟି କମ୍ପାନୀ ଗୁଡିକର ଜ୍ଞାନ କୌଶଳ ଓ ଦକ୍ଷତାର ସହଯୋଗ ନେବେ ରାଜ୍ୟ ସରକାର।
ଭୁବନେଶ୍ୱରଠାରେ ଆୟୋଜିତ ନ୍ୟାସନାଲ କନକ୍ଲେଭରେ ଯୋଗଦେଇ ରାଜ୍ୟ ଆଇଟି ସଚିବ ପ୍ରଦୀପ ଜେନା ଏହା କହିଛନ୍ତି। ରାଜ୍ୟରେ ଆଇଟି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ସାଙ୍ଗକୁ ଭୁବନେଶ୍ୱରକୁ ଆଇଟି ହବ୍ରେ ପରିଣତ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ନୂଆ ପଲିସି ଏବଂ ଗାଇଡଲାଇନ୍ ପ୍ରସ୍ତୁତ ବେଳେ ପ୍ରତିଷ୍ଠିତ ଆଇଟି କମ୍ପାନୀ କର୍ତ୍ତୃପକ୍ଷଙ୍କ ପରାମର୍ଶକୁ ସ୍ଥାନ ଦିଆଯିବାକୁ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର, ପୁରୀ ଓ ଗୋପାପୁରଠାରେ ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀରେ ଦେଶର ୩୫ଟି ଆଇଟି କମ୍ପାନୀର ସିଇଓ ଯୋଗଦେଇଛନ୍ତି।