କଂଗ୍ରେସରେ ଟିକେଟ୍ ଫିକ୍ସିଂ: ନିରଞ୍ଜନ ଆଡ଼କୁ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନରେ ମମତା କୁଣ୍ଡୁଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିବାର ଦୁଇଦିନ ପରେ ଦଳରେ ବିରୋଧାଭାସ ଦେଖିବାକୁ ମିଳିଛି । ଦଳର ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ର ଟିକେଟ୍ ଫିକ୍ସିଂ ଅଭିଯୋଗ ଆଣିଥିବାବେଳେ ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ବାଲେଶ୍ୱର ସଦର ଆସନ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି କରିଛନ୍ତି ବୋଲି କହିଛନ୍ତି। ସନ୍ଧ୍ୟା ଓ ସୁରଙ୍କ କଥାକୁ […]

niranjan-750x430

Tapas Behera
  • Published: Wednesday, 14 October 2020
  • , Updated: 14 October 2020, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ସଦର ଉପନିର୍ବାଚନରେ ମମତା କୁଣ୍ଡୁଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିବାର ଦୁଇଦିନ ପରେ ଦଳରେ ବିରୋଧାଭାସ ଦେଖିବାକୁ ମିଳିଛି । ଦଳର ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ର ଟିକେଟ୍ ଫିକ୍ସିଂ ଅଭିଯୋଗ ଆଣିଥିବାବେଳେ ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ବାଲେଶ୍ୱର ସଦର ଆସନ ପାଇଁ ପ୍ରାର୍ଥୀ ଚୟନ କାର୍ଯ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି କରିଛନ୍ତି ବୋଲି କହିଛନ୍ତି। ସନ୍ଧ୍ୟା ଓ ସୁରଙ୍କ କଥାକୁ ବିଶ୍ୱାସ କଲେ ନିଜର ପୁରୁଣା ଗଡ଼ ବାଲେଶ୍ୱରରେ କଂଗ୍ରେସ ଜାଣିଶୁଣି ଜଣେ ଦୁର୍ବଳ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସ୍ପଷ୍ଟ ହେଉଛି।

କଂଗ୍ରେସର ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ର(ପିସିସି ଶୃଙ୍ଖଳାକମିଟିର ପୂର୍ବତନ ଅଧ୍ୟକ୍ଷ) ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସମସ୍ତଙ୍କ ମତାମତରେ ବାଲେଶ୍ୱର ସଦର ଆସନ ପାଇଁ ଦଳୀୟ ଟିକେଟ୍ ଦିଆଯାଇପାରିଥାନ୍ତା। ବହୁତ ଭଲ ଓ ଯୋଗ୍ୟ ପ୍ରାର୍ଥୀ ଥିଲେ, ଏହି ଆସନରେ କଂଗ୍ରେସ ଭଲ ଟକ୍କର ବି ଦେଇଥାନ୍ତା। କିନ୍ତୁ ଏକ ନିର୍ଦ୍ଦିଷ୍ଟ ଦଳକୁ ସୁହାଇବା ଭଳି ଦୁର୍ବଳ ପ୍ରାର୍ଥୀ ଦିଆଗଲା। ସେ ୫୦ବର୍ଷ ଧରି କଂଗ୍ରେସରେ ଅଛନ୍ତି କିନ୍ତୁ ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ସେ ଜାଣନ୍ତି ନାହିଁ। କଂଗ୍ରେସରେ ସବୁବେଳେ ଅନ୍ୟଦଳକୁ ସୁହାଇବା ଭଳି ଟିକେଟ୍ ଦିଆଯାଏ। ଯେଉଁଥିପାଇଁ କଂଗ୍ରେସ ହାରେ। ଆଉ ଏହା ପ୍ରଥମ କି ଦ୍ୱିତୀୟ ଘଟଣା ନୁହେଁ ହଜାରେ ଥର ଏଭଳି କରି କଂଗ୍ରେସ ହାରିଲାଣି। ଦଳରେ ଏଭଳି ଅବ୍ୟବସ୍ଥା ଅଛି ବୋଲି କଂଗ୍ରେସ ଏବେ ତୃତୀୟ ସ୍ଥାନରେ ରହୁଛି ବୋଲି ସେ କହିଛନ୍ତି।

ବରିଷ୍ଠ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ଏଭଳି ବୟାନ ପରୋକ୍ଷରେ କଂଗ୍ରେସ ନେତୃତ୍ୱଙ୍କ ଉପରେ ଟିକେଟ ଫିକ୍ସିଂର ଅଭିଯୋଗ ସଦୃଶ ହୋଇଛି। ସେପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ନିଜେ ପ୍ରାର୍ଥୀ ହେବାକୁ ଚାହିଁଲେ ନାହିଁ। ସେ ହିଁ ବାଲେଶ୍ୱର ସଦର ଆସନ ପାଇଁ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି।
ଶ୍ରୀ ରାଉତରାୟଙ୍କ ଏହି ବୟାନ ପରେ ହିଁ ନିରଞ୍ଜନଙ୍କ ସମ୍ମତିରେ ବାଲେଶ୍ୱର ସଦର ଆସନ ପାଇଁ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଆଉ ସନ୍ଧ୍ୟା ମହାପାତ୍ରଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ ତା’ହେଲେ କଂଗ୍ରେସ ମଧ୍ୟ ଏଥର ନିଜ ଉପରୁ ଟିକେଟ୍ ଫିକ୍ସିଂ ଦାଗକୁ ଲିଭାଇବାରେ ସକ୍ଷମ ହୋଇପାରିନି।

Related story