ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି-କଂଗ୍ରେସକୁ ପଛରେ ପକାଇଲା ବିଜେପି

ଜଗତସିଂହପୁର/ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ଜମିଲା ଉପ ନିର୍ବାଚନ ମଇଦାନ। ବାଲେଶ୍ୱର ଓ  ର୍ତିତ୍ତୋଲ ଉପର୍ନିବାଚନ ଲାଗି ନିଜ ପ୍ରାର୍ଥୀ ଘୋଷଣା କଲା ବିଜେପି। ବାଲେଶ୍ୱରରେ ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ର୍ତିତ୍ତୋଲରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ରାଜ କିଶୋର ବେହେରା ଦଳ ଟିକଟ ଦେଇଛି । ତେବେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସରେ ଅଙ୍କ ଛିଡୁନି । ଯାହାକୁ ନେଇ […]

nm-1

Tapas Behera
  • Published: Sunday, 11 October 2020
  • , Updated: 11 October 2020, 08:30 PM IST

ଜଗତସିଂହପୁର/ବାଲେଶ୍ୱର (ଓଡ଼ିଶା ରିପୋର୍ଟର) ଜମିଲା ଉପ ନିର୍ବାଚନ ମଇଦାନ। ବାଲେଶ୍ୱର ଓ  ର୍ତିତ୍ତୋଲ ଉପର୍ନିବାଚନ ଲାଗି ନିଜ ପ୍ରାର୍ଥୀ ଘୋଷଣା କଲା ବିଜେପି। ବାଲେଶ୍ୱରରେ ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିପରି ର୍ତିତ୍ତୋଲରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ରାଜ କିଶୋର ବେହେରା ଦଳ ଟିକଟ ଦେଇଛି । ତେବେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ କଂଗ୍ରେସରେ ଅଙ୍କ ଛିଡୁନି । ଯାହାକୁ ନେଇ ଗୋଷ୍ଠୀ କନ୍ଦଳ ବି ତେଜିବାରେ ଲାଗିଛି।

ଉପନିର୍ବାଚନ ପ୍ରାର୍ଥୀ ଚୟନରେ ବିଜେପି ଆଗୁଆ ରହିଛି। ଉଭୟ ବାଲେଶ୍ୱର ଓ  ର୍ତିତ୍ତୋଲ ବିଧାନସଭା ଆସନ ଲାଗି ଦଳ ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱରରେ ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କ ଉପରେ ଦଳ ଭରସା କରିଛି । ଭୋଟରଙ୍କ ସମବେଦନା ସାଉଣ୍ଟିବା ସହ ମାନସ ଏହି ଆସନକୁ ବଜାୟ ରଖିପାରିବେ ବୋଲି  ବିଜେପିର ବିଶ୍ୱାସ ରହିଛି। ଏଣେ ର୍ତିତ୍ତୋଲରେ କଂଗ୍ରେସରୁ ଆସିଥିବା ସ୍ଥାନୀୟ ଅଞ୍ଚଳର ଟାଣୁଆ ନେତା, ତଥା ପୂର୍ବତନ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଠିଆ କରିଛି ବିଜେପି  । ରାଜକିଶୋରଙ୍କ ପ୍ରତି ତିର୍ତ୍ତୋଲବାସୀଙ୍କ ସମର୍ଥନ ଦଳକୁ ନିର୍ବାଚନୀ ବୈତରଣୀ ପାର କରାଇବ ବୋଲି ଦଳ ଆଶା ରଖିଛି । ପ୍ରାଥିୀ ଘୋଷଣା ସହ ଦଳ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ  ସଜବାଜ ହେଉଛି।

ତେବେ ଏହି ଦୁଇ ଆସନରେ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ବିଜେଡି ଓ କଂଗ୍ରେସରେ ଛକାପଞ୍ଝା ଲାଗି ରହିଛି। ର୍ତିତ୍ତୋଲରେ ଦିବଙ୍ଗତ ନେତା ବିଷ୍ଣୁ ଦାଶଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ସେହିପରି  ହିମାଂଶୁ ମଲ୍ଲିକ ଏଠାରେ କଂଗ୍ରେସ ଟିକଟ ପାଇବାକୁ ଫ୍ରଣ୍ଟ ରନର ବୋଲି ଚର୍ଚ୍ଚା ହେଉଛି । ତେଣେ ବାଲେଶ୍ୱରରେ ବିଜେଡି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାସିନୀ ଜେନାଙ୍କୁ ପ୍ରାର୍ଥୀ କରିବା ନିଶ୍ଚିତ ବୋଲି କୁହାଯାଉଛି।  ହାରିଥିବା ନେତାଙ୍କୁ  ଏଥର ଟିକେଟ ମିଳିବ ନାହିଁ ବୋଲି ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସଲ କହିଛନ୍ତି । ଯଦି ଦଳ ଏହି ଫର୍ମୁଲା ଆପଣାଏ ତେବେ ଜୀବନ ପ୍ରଦୀପ କିମ୍ବା ରବୀନ୍ଦ୍ର ଜେନା କହାକୁ ଟିକଟ ମିଳିବ ନାହିଁ । ତେଣୁ ରବିନ୍ଦ୍ରଙ୍କ ପତ୍ନୀ ସୁଭାସିନୀ ନାଁ ଚର୍ଚ୍ଚା ହେଉଛି। ଶେଷ ମୁହୂର୍ତ୍ତରେ ନବୀନ କିଛି ସରପ୍ରାଇଜ ଦେଇପାରନ୍ତି । ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି କିମ୍ବା ଜଣେ ମହିଳା ସମାଜସେବୀଙ୍କୁ କଂଗ୍ରେସ ବାଲେଶ୍ୱର ଆସନରେ ପ୍ରାର୍ଥି କରିବା ସମ୍ଭାବନା ରହିଛି । ଗତଥର ଯିଏ ପାର୍ଥି ହୋଇଥିଲେ ସେ ଏଥର ପ୍ରାର୍ଥି ହେବେ ନାହିଁ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।

ଟିକଟ ବଣ୍ଟା କସରତ ଭିତରେ ଜୋର ଧରିଛି ଦଳୀୟ କନ୍ଦଳ । ବାଲେଶ୍ୱରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ଜୀବନ ପ୍ରଦୀପ ଦାସ ମଧ୍ୟରେ ପଛାପଞ୍ଝା ଲାଗି ରହିଛି । ଜଗତସିଂହପୁରରେ ପୂର୍ବତନ ନେତା ବିଷ୍ଣୁଦାସଙ୍କ ଗୋଷ୍ଠୀ ଓ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକଙ୍କ ମଧ୍ୟରେ କିଛି ଦିନ ତଳେ ହୋଇଥିବା ଠେଲାପେଲା ଏଠାରେ ଦଳୀୟ କନ୍ଦଳକୁ ପଦାରେ ପକାଇଛି । ସେହିପରି ବିଜେପି ଛାଡିଥିବା ପୂର୍ବତନ ପ୍ରାର୍ଥୀ ରମାକାନ୍ତ ଭୋଇଙ୍କ ସମର୍ଥକ ଆଜି ବିକ୍ଷୋଭ କରିବା ସହ ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିବା କାର୍ଯ୍ୟକ୍ରମ ଥିଲା ମାତ୍ର ପୋଲିସ ବିକ୍ଷୋଭ ଲାଗି ଅନୁମତି ଦେଇନଥିଲା । ତେବେ ରମାକାନ୍ତ ଖୁବ ଶୀଘ୍ର ଅନ୍ୟ ଦଳରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Related story