ସନ୍ଦେହରେ ‘ମହାବୀର’ର ମୃତ୍ୟୁ

ଅନୁଗୋଳ (ବିରଜା ଦାସ): ଅନୁଗୋଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟିଛି। ସାତକୋଶିଆ କୋର୍ ଅଞ୍ଚଳରୁ ମିଳିଛି ତା’ର ମୃତଦେହ। ଏ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୪ ତାରିଖ ଦିନ ଗୋଟାଏ ବେଳେ ଏହି ମହାବଳ ବାଘର ମୃତ୍ୟୁ ସମ୍ପର୍କରେ ଜଣା ପଡ଼ିଥିଲା। ରାଇଗୋଡ଼ାରୁ ନୂଆଗଡ଼ା ରାସ୍ତାର ୫ ଶହ […]

tiger

tiger

Jyoshna Pradhan
  • Published: Thursday, 15 November 2018
  • Updated: 15 November 2018, 03:03 PM IST

ଅନୁଗୋଳ (ବିରଜା ଦାସ): ଅନୁଗୋଳ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟିଛି। ସାତକୋଶିଆ କୋର୍ ଅଞ୍ଚଳରୁ ମିଳିଛି ତା’ର ମୃତଦେହ। ଏ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏକ ପ୍ରେସ୍ ବିଜ୍ଞପ୍ତିରେ ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୧୪ ତାରିଖ ଦିନ ଗୋଟାଏ ବେଳେ ଏହି ମହାବଳ ବାଘର ମୃତ୍ୟୁ ସମ୍ପର୍କରେ ଜଣା ପଡ଼ିଥିଲା। ରାଇଗୋଡ଼ାରୁ ନୂଆଗଡ଼ା ରାସ୍ତାର ୫ ଶହ ମିଟର ଦୂରରେ ପଡ଼ିଥିବା ବାଘର ମୃତଦେହ ପଡ଼ିଥିଲା। ବେକରେ ଲାଗିଥିବା ଆଘାତ କାରଣରୁ ତା’ର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହା ପ୍ରାୟ ୫ ଦିନ ତଳର। ଆଘାତ ସଂକ୍ରମଣ ହୋଇ ପୋକ ହୋଇ ଯିବା କାରଣରୁ ମହାବୀର ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛଇ।

ତେବେ କିପରି ଓ କେବେ ମହାବଳର ମୃତ୍ୟୁ ହୋଇଥିଲା, ବ୍ୟବଚ୍ଛେଦ ପରେ ହିଁ ତାହା ଜଣାପଡ଼ିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ମହାବୀରକୁ ହତ୍ୟା କରାଯାଇଥିବା ମଧ୍ୟ ଅଭିଯୋଗ ହେଉଛି। କିଛି ଗଣମାଧ୍ୟମରେ ମହାବୀରକୁ ହତ୍ୟା କରାଯାଇଥାଇ ପାରେ ବୋଲି ଖବର ପ୍ରକାଶ ପାଇଛି।

ତେବେ ସଂକ୍ରମଣ କାରଣରୁ ମହାବୀରର ମୃତ୍ୟୁ ଘଟିଛି କି ତାକୁ ହତ୍ୟା କରାଯାଇଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।

ମହାବୀରର ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପକୁ ଶକ୍ତ ଧକ୍କା ଲାଗିଛି।

ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପ ମାଧ୍ୟମରେ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ‘ମହାବୀର’କୁ ଅଣାଯାଇଥିଲା। ଏହା ଥିଲା ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତର ପ୍ରକଳ୍ପ। ଗତ ଜୁନ ମାସରେ ମହାବଳକୁ ଅଣାଯାଇଥିବାବେଳେ ଏହାକୁ ନେଇ ସାତକୋଶିଆରେ କୌଣସି ବିବାଦ ଦେଖାଦେଇ ନଥିଲା। ମଧ୍ୟପ୍ରଦେଶରୁ ଅଣାଯିବା ପରେ ମହାବୀରକୁ ସାତକୋଶିଆରେ ତିଆରି ହୋଇଥିବା ସ୍ୱତନ୍ତ୍ର ଖୁଆଡ଼ ବା ଏନ୍‌କ୍ଲୋଜରରେ ରଖାଯାଇଥିଲା। କାହ୍ନାର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଖୁଆଡ଼ କରାଯାଇଥିଲା। ବାଘ ପାଇଁ ଆବଶ୍ୟକ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। କିଛିଦିନ ବାଘକୁ ଏହି ଏନ୍‌କ୍ଲୋଜରରେ ରଖାଯିବା ପରେ ଜଙ୍ଗଲ ଭିତରକୁ ଛଡ଼ାଯାଇଥିଲା। ତାର ଗତିବିଧି ଅନୁଧ୍ୟାନ ପାଇଁ ବାଘ ବେକରେ ଜିପିଏସ୍  ଉପକରଣ ଲଗାଯାଇଥିଲା।

ସାତକୋଶିଆରେ ଥିବା ଜଙ୍ଗଲୀ ହାତୀଙ୍କ ସହ ବାଘ କେମିତି ରହୁଛି ତା’ ଉପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନଜର ରଖିଥିଲେ।  ମହାବଳ ବାଘ, ସାତକୋଶିଆ ପରିବେଶ ସହ ଖାପ ଖୁଆଇ ପାରିଲେ ଆଗକୁ ଆଉ ୫ଟି ବାଘ ଅଣାଯିବା ସହ ପ୍ରାକୃତିକ ଉପାୟରେ ସେମାନଙ୍କ ବଂଶ ବିସ୍ତାର ଲାଗି ଉଦ୍ୟମ କରାଯିବା ନେଇ ଯୋଜନା ରହିଥିଲା।

ସେହିପରି ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ ଦୁଇଜଣ ମଣିଷ ମାରିବା ପରେ ପୂରା ଅଞ୍ଚଳରେ ଅସନ୍ତୋଷ ଖେଳି ଯାଇଥିଲା। ତାକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ବନ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଏବେ ସୁନ୍ଦରୀ ଧରା ପଡ଼ିଥିଲେ ମଧ୍ୟ ସେ କେଉଁଠି ରହିବ ତାକୁ ନେଇ ଏବେବି ବିବାଦ ଛିଡିନାହିଁ। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ଉପାୟରେ ବାଘ ବଂଶ ବୃଦ୍ଧି ପାଇଁ ହୋଇଥିବା ଯୋଜନା କ୍ଷୀଣ ହୋଇଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story