ସୋନପୁର (ଓଡ଼ିଶା ରିପୋର୍ଟର) ପୁଣି ବାଘ ଚମଡା ଜବତ। ଏକ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏଥିସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ । ଅଭିଯୁକ୍ତ ଜଣକ ବାଘ ଚମଡା ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଚଢାଉ କରିଥିଲା ଏସଟିଏଫ । ସୋନପୁର ଆଇଟିଆଇ ନିକଟରେ ଡିଲ୍ ବେଳେ ତାକୁ ଗତକାଲି ଗିରଫ କରାଯାଇଛି। ସେ ହେଉଛନ୍ତି ସମ୍ବଲପୁର ମହୁଆପଲି ଅଞ୍ଚଳର ଅଶୋକ ଛତ୍ରିଆ। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ଏପଟେ ବାଘଚମଡାର ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ୍ସ୍ଥିତ ଓ୍ବାଇଲଡ୍ ଲାଇପ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯାଇଛି। ଚୋରା କାରାବାର ନେଇ ଗୁଇନ୍ଦା ତଥ୍ୟ ଆଧାରରେ ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ଅଭିଯୁକ୍ତ ଧରାପଡିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ ଏସ୍ପି । କିଛି ମାସ ପୂର୍ବରୁ ମଧ୍ୟ ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ମିଳିଥିଲା ବାଘର କଟା ମୁଣ୍ଡ ଏବଂ ଛାଲ। ସେହିପରି ନୟଗାଡ ଦଶପଲ୍ଲାର ଗିରିପୂଜା ଜଙ୍ଗଲରେ ଚଢାଉ କରାଯାଇ ବାଘଛାଲ ମଧ୍ୟ ଜବତ କରାଯାଇଥିଲା।