ସିସିଟିଭି ନଜରରେ ପୁରୀ ସହର, ୧୪୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରା ସହରରେ ୧୪୨ ପ୍ଲାଟୁନ ଫୋର୍ସ, ୨ କମ୍ପାନି ଆର୍‌ପିଏଫ୍‌, ତିନି ୟୁନିଟ୍ ଓସାଫ୍‌ ନିୟୋଜିତ ହୋଇଛନ୍ତି। ଏକ ହଜାର ଅଫିସର, ୨ ଜଣ ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିଛନ୍ତି। ଏହାସହ ୫ ଜଣ ଆଇଜି, ୧୨ ଜଣ ଏସ୍‌ପି ମଧ୍ୟ ପୁରୀରେ ନିୟୋଜିତ ହୋଇଛନ୍ତି। ମନ୍ଦିର ଭିତର ସୁରକ୍ଷା, ଦର୍ଶନ ଓ ରଥା ଟଣାକୁ କିପରି ସୁରକ୍ଷିତ […]

tio-

Tapas Behera
  • Published: Wednesday, 03 July 2019
  • , Updated: 03 July 2019, 07:01 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁରା ସହରରେ ୧୪୨ ପ୍ଲାଟୁନ ଫୋର୍ସ, ୨ କମ୍ପାନି ଆର୍‌ପିଏଫ୍‌, ତିନି ୟୁନିଟ୍ ଓସାଫ୍‌ ନିୟୋଜିତ ହୋଇଛନ୍ତି। ଏକ ହଜାର ଅଫିସର, ୨ ଜଣ ପୁଲିସ୍ ଅତିରିକ୍ତ ମହାନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିଛନ୍ତି। ଏହାସହ ୫ ଜଣ ଆଇଜି, ୧୨ ଜଣ ଏସ୍‌ପି ମଧ୍ୟ ପୁରୀରେ ନିୟୋଜିତ ହୋଇଛନ୍ତି।

ମନ୍ଦିର ଭିତର ସୁରକ୍ଷା, ଦର୍ଶନ ଓ ରଥା ଟଣାକୁ କିପରି ସୁରକ୍ଷିତ କରାଯିବ ତାକୁ ଗୁରୁତ୍ୱ ଦିଆଯାଇଛି। ଏହାସହ ବଡ଼ଦାଣ୍ଡରେ ହେବାକୁ ଥିବା ଜନ ସମୁଦ୍ରକୁ ପରିଚାଳନା କରିବାକୁ ମଧ୍ୟ ଫୋର୍ସଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ସିସିଟିଭି ଜରିଆରେ ପୁରୀ ସହରକୁ ନଜର ରଖାଯାଇଛି। ସିସିଟିଭି, ଟ୍ରାଫିକ ବ୍ୟବସ୍ଥା ପାଇଁ ଦୁଇଟି କଣ୍ଟ୍ରୋଲ ରୁମ୍‌ ରହିଛି। ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୁଲିସ୍ ମୁତୟନ ରହିଛନ୍ତି।

ଗୁଇନ୍ଦା ବିଭାଗ ଆଇଜିଙ୍କ ତୀକ୍ଷଣ ନଜର ଏସବୁ ଉପରେ ରହିଛି। କୌଣସି ବି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୁଲିସ୍ ସହ ଏନ୍‌ଡିଆର୍‌ଏଫ୍ ଓ ଅଗ୍ନିଶମ ବିଭାଗ ମୁତୟନ ରହିଛନ୍ତି।

Related story