ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁକୁ ପୂରିଲା ୨ ବର୍ଷ, ସରୁନି ତଦନ୍ତ

ପିପିଲି: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାକୁ ଆଜି ୨ ବର୍ଷ ପୁରିଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିନି। ମାମଲାରେ କ୍ରାଇମବ୍ରାଞ୍ଚ୍ କେବଳ ସ୍କୁଲ ଏସ୍ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରିଥିଲାବେଳେ ଅନ୍ୟ ଅଭିଯୁକ୍ତ ଏବେ ବି ଧରା ପଡ଼ିନାହାନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶରେ ଗତ ୨୦୧୪ ଜାନୁଆରୀ ମାସରୁ ସିବିଆଇ ଘଟଣାର ତଦନ୍ତ ଭାର ନେଇଛି। ଆସନ୍ତା ୪ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ […]

pipili

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 03:40 PM IST

ପିପିଲି: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାକୁ ଆଜି ୨ ବର୍ଷ ପୁରିଛି। ହେଲେ ଏଯାଏଁ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ହଟିନି। ମାମଲାରେ କ୍ରାଇମବ୍ରାଞ୍ଚ୍ କେବଳ ସ୍କୁଲ ଏସ୍ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରିଥିଲାବେଳେ ଅନ୍ୟ ଅଭିଯୁକ୍ତ ଏବେ ବି ଧରା ପଡ଼ିନାହାନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶରେ ଗତ ୨୦୧୪ ଜାନୁଆରୀ ମାସରୁ ସିବିଆଇ ଘଟଣାର ତଦନ୍ତ ଭାର ନେଇଛି। ଆସନ୍ତା ୪ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ରହିଛି। ତେବେ ଏବେ ସୁଦ୍ଧା ସିବିଆଇ ପକ୍ଷରୁ ମାମଲାରେ ୪୨ ଜଣଙ୍କୁ ଜେରା କରାଯାଇଥିଲେ ହେଁ କାହାରିକୁ ଗିରଫ କରାଯାଇ ନାହିଁ। ଏସବୁକୁ ନେଇ ଇତିଶ୍ରୀଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୧୩ ଅକ୍ଟୋବର ୨୩ ତାରିଖ ରାତିରେ ଇତିଶ୍ରୀଙ୍କ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ବିଶାଖାପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ସେହି ବର୍ଷ ନଭେମ୍ୱର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ଇତିଶ୍ରୀଙ୍କ ଭାଇ ବିକ୍ରମ ପ୍ରଧାନ କହିଛନ୍ତି ଯେ ସିବିଆଇ ଘଟଣାର ତଦନ୍ତ କରୁଛି। ସିବିଆଇ ଉପରେ ତାଙ୍କର ଓ ତାଙ୍କ ପରିବାରର ବିଶ୍ୱାସ ରହିଛି। ସେମାନେ ନିଶ୍ଚିତ ଭାବେ ଦୋଷୀମାନଙ୍କୁ ଧରିବାରେ ସଫଳ ହେବେ।

ଅନ୍ୟପକ୍ଷରେ ଇତିଶ୍ରୀଙ୍କ ଭଉଣୀଙ୍କୁ ନିଯୁକ୍ତି ଦିଆଯିବ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏଯାଏଁ ମିଳିପାରିଲାନି ନିଯୁକ୍ତି। ପରିବାର ଲୋକଙ୍କୁ କେବଳ ଯାହା ମୋ କୁଡ଼ିଆ ଯୋଜନାରେ ସାମିଲ କରାଯାଇ ଘର ଖଣ୍ଡେ ଦିଆଯାଇଛି।

Related story