ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବ୍ରେକଫାଷ୍ଟରେ ଯୋଗ ଦେବାକୁ ଅନ୍ୟ ବିଧାୟକଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରୁ ଫେରିବା ପରେ ସେ ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ରେକଫାଷ୍ଟ ଟେବୁଲରେ ମୁଖ୍ୟ୍ୟମନ୍ତ୍ରୀ ନବନିର୍ବାଚିତ ବିଧାୟକଙ୍କୁ ଅର୍ଥ ଲୋଭି ନ ହେବା ପାଇଁ ପରାମର୍ଶ ଦେବା ସହ ସରଳ ଜୀବନଯାପନ କରିବାକୁ ବି କହିଛନ୍ତି। ଏହାବ୍ୟତୀତ ସେଠାରେ ଉପସ୍ଥିତ ଜଣେ ମନ୍ତ୍ରୀ ସୁନା ଚେନ୍, ଗାଡ଼ି ଲୋଭ ଛାଡ଼ିବାକୁ ପ୍ରଥମ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କ ଲାଗି କାମ କରିବାକୁ ମଧ୍ୟ ମିଳିଥିଲା ଉପଦେଶ।
ହେଲେ ସେ ମନ୍ତ୍ରୀଜଣକ କିଏ, ସେ ସମ୍ପର୍କରେ କେହି ବି କହିବାକୁ ରାଜି ନ ଥିବା ଜଣାଯାଇଛି। ବିଧାୟକ ଅଙ୍ଗଦଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ଏ ପ୍ରଶ୍ନ ପଚରାଯାଇଥିବା ବେଳେ ସେମାନେ ଏହାକୁ ହସି ହସି ଏଡାଇ ଯାଇଥିବା ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।
Politics
ଖୁସି ଖବର; ବାଦ ପଡ଼ିଥିବା ୨୫% ମହିଳାଙ୍କୁ ଆସନ୍ତାକାଲି ମିଳିବ ‘ସୁଭଦ୍ରା’ ଟଙ୍କା
ଆସନ୍ତାକାଲି ଆସିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା।
Accident
ଏମିତି ଆସେ ମୃତ୍ୟୁ; ବାଲିଯାତ୍ରା ବୁଲିଲା ବେଳେ ଟଳିପଡ଼ିଲେ ଯୁବକ
ଗତକାଲି ପ୍ରମୋଦ ନିଜର ୪ ସାଙ୍ଗ ମାନଙ୍କ ସହ ବାଲିଯାତ୍ରା ଆସିଥିଲେ।