ତାତୁଛି ସହର, ଶୀତଳ ରହୁଛି ଗୁମ୍ଫା: ରହସ୍ୟରେ ଟିଟିଲାଗଡ଼ର କୁମୁଡ଼ା ପାହାଡ଼

ବଲାଙ୍ଗିର: ଟିଟିଲାଗଡ଼। ରାଜ୍ୟ ମାନଚିତ୍ରରେ ତତଲାଗଡ଼ ଭାବେ ପରିଚିତ। ବର୍ତ୍ତମାନ ଏଠାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ। ଗ୍ରୀଷ୍ମପ୍ରବାହରେ ଲୋକେ ହେଉଛନ୍ତି ଆଉଟ ପାଉଟି। ହେଲେ ଏଠାରେ ଏମିତି ଏକ ରସହ୍ୟଜନକ ସ୍ଥାନ ଅଛି ଯାହା ସହରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆସନ୍ତୁ ଜାଣିବା କେଉଁଠି ରହିଛି ଏ ସ୍ଥାନ ଓ କ’ଣ ରହିଛି ଏହାର ଭିନ୍ନତା। ଆମେ କହୁଛୁ ଟିଟିଲାଗଡ଼ରେ ଥିବା କୁମୁଡା ପାହାଡ଼ କଥା। ବାହାରେ ତାପମାତ୍ରା ୫୦ ଡିଗ୍ରୀ ହୋଇଥିବା ବେଳେ ଏଠାରେ ୨୫ […]

titilagarh

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 07:36 PM IST

ବଲାଙ୍ଗିର: ଟିଟିଲାଗଡ଼। ରାଜ୍ୟ ମାନଚିତ୍ରରେ ତତଲାଗଡ଼ ଭାବେ ପରିଚିତ। ବର୍ତ୍ତମାନ ଏଠାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ। ଗ୍ରୀଷ୍ମପ୍ରବାହରେ ଲୋକେ ହେଉଛନ୍ତି ଆଉଟ ପାଉଟି। ହେଲେ ଏଠାରେ ଏମିତି ଏକ ରସହ୍ୟଜନକ ସ୍ଥାନ ଅଛି ଯାହା ସହରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆସନ୍ତୁ ଜାଣିବା କେଉଁଠି ରହିଛି ଏ ସ୍ଥାନ ଓ କ’ଣ ରହିଛି ଏହାର ଭିନ୍ନତା।

ଆମେ କହୁଛୁ ଟିଟିଲାଗଡ଼ରେ ଥିବା କୁମୁଡା ପାହାଡ଼ କଥା। ବାହାରେ ତାପମାତ୍ରା ୫୦ ଡିଗ୍ରୀ ହୋଇଥିବା ବେଳେ ଏଠାରେ ୨୫ ଡିଗ୍ରୀରୁ କମ। ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି କି, ହେଲେ ଏହା ସତ। କୁମୁଡା ପାହାଡ଼ ଗୁମ୍ଫାରେ ରହିଛି ଧବଳେଶ୍ୱର ମନ୍ଦିର। ଏହି ମନ୍ଦିର ପାଖରେ ତାପମାତ୍ରା ବାହାର ତାପମାତ୍ରାଠାରୁ ଅଧାରୁ କମ।

ଏହି ପାହାଡ ବଡ଼ ବିଚିତ୍ର। ପାହଡ଼ରେ ଗଛଟିଏ ନାହିଁ। ଲଣ୍ଡା କୁମୁଡା ପାହାଡରୁ ତାତି ପ୍ରତିଫଳନ କାରଣରୁ ସହରର ତାପମାତ୍ରା ଅହେତୁକ ବଢିଯାଏ। ଚଳିତବର୍ଷ  ମଧ୍ୟ ସମାନ ସ୍ଥିତି। ୧୫ ଦିନ ହେବ ଏଠି ପାରଦ ୪୫ ଡିଗ୍ରୀ ତଳକୁ ଖସିବାର ନାଁ ନେଉନାହିଁ। ଅସ୍ତବ୍ୟସ୍ତ ହୋଇପଡ଼ିଛି ଏଠାକାର ଜୀବନ। ହେଲେ ପାହାଡରେ ଥିବାର ଗୁମ୍ଫାର ପରିବେଶ ସମ୍ପୂର୍ଣ୍ଣ ଓଲଟା। ଗୁମ୍ଫାରେ ଥିବା ପ୍ରଭୁ ଧବଲେଶ୍ୱର ମନ୍ଦିର ତାପମାତ୍ରା ଆଶ୍ଚର୍ଯ୍ୟ ଜନକ ଭାବେ କମ୍। ଅତି ବେଶୀରେ ୨୦ରୁ ୨୫ ଡିଗ୍ରୀ।

ବର୍ଷ ବର୍ଷ ଧରି ମନ୍ଦିରର ପରିବେଶ ଏମିତି। ହେଲେ ଏହାର କାରଣ ଆଜି ବି ରହସ୍ୟ ଘରରେ। କେତେକଙ୍କ ମତରେ ମନ୍ଦିରର ଢାଞ୍ଚା ଯୋଗୁଁ ତାପମାତ୍ରା କମ୍ ରହୁଛି। ଐତିହାସିକ ଦଳଗୋବିନ୍ଦ ବିଶି କହିଛନ୍ତି,“ଗରମ ଟିଟିଲାଗଡ଼ରୁ ତ୍ରାହି ପାଇବାକୁ ମନ୍ଦିରକୁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ନିର୍ମାଣ କରାଯାଇଛି।”

Related story