କେନ୍ଦ୍ରାପଡ଼ା(ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ଟିଟୋର ସହଯୋଗୀ ବାବୁ ସାହୁକୁ ପୁଲିସ୍ ଏନ୍କାଉଣ୍ଟର୍ କରିଛି। ଇଚ୍ଛାପୁର-ଛଗରିଆ ରାସ୍ତାରେ ଏହି ଏନ୍କାଉଣ୍ଟର ହୋଇଛି। ବାବୁର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବହୁ ଦିନ ଧରି ପୁଲିସ୍ ସହ ଲୁଚକାଳି ଖେଳୁଥିଲା ବାବୁ। ତେବେ ଗତକାଲି ସେ ଇଚ୍ଛାପୁର ଅଞ୍ଚଳରେ ଥିବା ନେଇ ପୁଲିସ୍ ଖବର ପାଇଥିଲା। ଏହାପରେ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସ୍ ଏବଂ ସ୍ପେଶାଲ୍ ସ୍କ୍ୱାଡ୍ ପକ୍ଷରୁ ସେଠାରେ ଚଢ଼ଉ କରାଯାଇଥିଲା। ପୁଲିସ୍କୁ ଦେଖି ବାବୁ ଗୁଳି ଚଳାଇଥିଲା। ପୁଲିସ୍ ଏହାର ପାଲଟା ଜବାବ ଦେଇଥିଲା। ଗୁଳିମାଡ଼ରେ ସେ ଆହତ ହୋଇଥିଲା।
ବାବୁ ନାଁରେ ୫୦ରୁ ଅଧିକ ମାମଲା ରହିଛି। କେନ୍ଦ୍ରାପଡ଼ା, କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଳାରେ ବିଭିନ୍ନ ଅପରାଧିକ ମାମଲାରେ ବାବୁ ଜଡ଼ିତ ରହିଛି। ଏହା ପୂର୍ବରୁ ଗତମାସରେ ଟିଟୋକୁ ଏନ୍କାଉଣ୍ଟର କରିଥିଲା କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍। ସେ ଏବେ ଜେଲ୍ରେ ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଫିସ୍ରେ ପଶି ଅତିରିକ୍ତ ତହସିଲଦାରଙ୍କୁ ଟଣାଓଟରା କଲେ ମହିଳା
ଜାତିଗତ ପ୍ରମାଣ ପତ୍ର ପାଇନଥିବାରୁ ସିଆର୍ପିଏଫ୍ ଚାକିରି ଆଶାୟୀଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଯାଇଥିଲା। ଏହାଛଡ଼ା ନିଜ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
Miscellaneous
ଜଗା ଜମି ଜାଲିଆତି: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ
ମାଟିତୋଟା ମୌଜାରେ ୧୦୯ଟି ରେଭିନ୍ୟୁ ପ୍ଲଟ ବେଆଇନ ଭାବେ ଜବରଦଖଲ ସହ ହସ୍ତାନ୍ତର ହୋଇଛି। ଯେଉଁମାନେ ଶ୍ରୀମନ୍ଦିର ଜମି ଅକ୍ତିଆର ବା ଏହି ଜମିରେ କୋଠା ନିର୍ମାଣ କରିଛନ୍ତି, ତାକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
Crime
ଭିଣୋଇ ଓ ସ୍ୱାମୀଙ୍କ ପରେ ଜେଲ୍ ଗଲେ ସ୍କୁଟି ଦିଦି
ଦୁଇ ବର୍ଷ ତଳେ ପଶ୍ଚିମବଙ୍ଗ ଏସ୍ଟିଏଫ୍ ହାତରେ ଧରା ପଡ଼ିଥିଲେ ରୁକ୍ସାନାଙ୍କ ଭିଣୋଇ ଏସ୍.କେ ରସିଦ। କୋଲକାତାରୁ ତାଙ୍କୁ ଗିରଫ କରିଥିଲା ଏସ୍ଟିଏଫ୍ ଟିମ୍। କାର ସହ ୧୦ ଲକ୍ଷ ଟଙ୍କାର ହେରୋଇନ୍ ତାଙ୍କଠାରୁ ଜବତ କରିଥିଲା।
Miscellaneous
କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା
୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ବନ୍ଦ ରହିଥିବା ମିଶନ ଶକ୍ତି କାଫେକୁ ମଧ୍ୟ ଏସଏଚଜି ମହିଳାଙ୍କୁ ହସ୍ତାନ୍ତର କରି ଚାଲୁ କରାଯିବ। ରୋଗୀ କଲ୍ୟାଣ ସମିତି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।
Weather
ଆସୁଛି ଆଉ ଏକ ଲଘୁଚାପ!
କୁହୁଡି ନେତା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।