ଅଖତରଙ୍କୁ ଆଜି ପୁଣି ପଚରାଉଚରା କରିବ ଏନଆଇଏ
- Published: Wednesday, 06 December 2017
- , Updated: 06 December 2017, 09:18 AM IST

କଟକ: କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଅଖତର ହୁସେନ ଖାନଙ୍କୁ ‌ଆଜି ପୁଣି ଥରେ ପଚରାଉଚରା କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ଗତକାଲି ଦିଲ୍ଲୀ ଏନଆଇଏ କାର୍ଯ୍ୟାଳୟରେ ସେ ହାଜର ହୋଇଥିଲେ। ତେବେ ଅଫିସର ନ ଆସିବାରୁ ତାଙ୍କୁ କିଛି ପଚରାଉଚରା ହୋଇ ନ ଥିବା ସେ ନିଜ ପ୍ରତିକ୍ରିୟାରେ କହିଥିଲେ।

ଏନଆଇଏ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ ପୂର୍ବରୁ ନୋଟିସ ହୋଇଥିଲା। ପୂର୍ବରୁ ସନ୍ଦିଗ୍ଧ କାର୍ଯ୍ୟକଳାପ ପାଇଁ ଅଖତର ହୁସେନ୍ ଖାନଙ୍କୁ ଏନଆଇଏର ଏକ ୬ ଜଣିଆ ଟିମ୍ ପଚରାଉଚରା ପରେ ଛାଡ଼ିଦେଇଥିଲା।

ଗତ ୨୯ ତାରିଖରେ ସକାଳେ ଏନ୍‌ଆଇଏର ୬ ଜଣିଆ ଟିମ୍‌ ସାଲେପୁର କିଶନନଗର ନିକଟ ସାମନ୍ତରାୟପୁର ଗାଁରେ ଚଢ଼ାଉ କରି ଅଖତାର ହୁସେନଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଥିଲା ପରେ ତାଙ୍କୁ ଉଠାଇ ନେଇ କଟକରେ ମଧ୍ୟ ପଚରାଉଚରା କରିଥିଲା।

ନେମାଳ ଅଞ୍ଚଳର ଅଖତର ୧୫ ବର୍ଷ ଧରି ଦୁବାଇ ଓ ସାଉଦି ଆରବରେ କାମ କରିବା ପରେ ଓଡ଼ିଶା ଫେରିଥିଲେ। ୪ ବର୍ଷ ହେବ ସେ ସାମନ୍ତରାୟପୁରରେ ଭଡା ଘର ନେଇ ରହି ଆସୁଥିଲେ।