କାଲି ମାନ୍ଦା ଥିଲା, ଆଜି ଜମୁଛି ବେପାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ହୋଇଥାଏ। ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇନଥାଏ। ଏଣୁ ଆଜି ପାଳନ ହେଉଛି ଛାଡ଼ଖାଇ। ପୂଣ୍ୟମାସରେ ଜୀବହତ୍ୟା ନିଷିଦ୍ଧ ମନା ଯାଉଥିବାରୁ ପୂର୍ଣ୍ଣିମା ପରେ ଲୋକେ ଆମିଷ ଖାଇଥାନ୍ତି। ଆଜି ଛାଡ଼ଖାଇ ପାଇଁ ଆମିଷ ବଜାର ଚଳଚଞ୍ଚଳ। ସକାଳୁ ସକାଳୁ ମାଂସ ଦୋକାନରେ ଭିଡ଼ ଲାଗିଛି। ସେହିପରି ମାଛ ବଜାରରେ ବି ଭିଡ଼ ଲାଗିଛି। ଗାଁ ଛକରେ ଥିବା ଚିକେନ […]

fish

Tapaswini Nayak
  • Published: Sunday, 21 November 2021
  • , Updated: 21 November 2021, 07:59 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣମୀ ପରଦିନ ଛାଡ଼ଖାଇ ହୋଇଥାଏ। ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇନଥାଏ। ଏଣୁ ଆଜି ପାଳନ ହେଉଛି ଛାଡ଼ଖାଇ।

ପୂଣ୍ୟମାସରେ ଜୀବହତ୍ୟା ନିଷିଦ୍ଧ ମନା ଯାଉଥିବାରୁ ପୂର୍ଣ୍ଣିମା ପରେ ଲୋକେ ଆମିଷ ଖାଇଥାନ୍ତି। ଆଜି ଛାଡ଼ଖାଇ ପାଇଁ ଆମିଷ ବଜାର ଚଳଚଞ୍ଚଳ। ସକାଳୁ ସକାଳୁ ମାଂସ ଦୋକାନରେ ଭିଡ଼ ଲାଗିଛି।

ସେହିପରି ମାଛ ବଜାରରେ ବି ଭିଡ଼ ଲାଗିଛି। ଗାଁ ଛକରେ ଥିବା ଚିକେନ ସେଣ୍ଟର, ମଟନ ଦୋକାନରେ ଲୋକଙ୍କ ଗହଳି ହୋଇଛି। ତେବେ ଦର ଟିକେ ଉଚ୍ଚା ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ଗତକାଲି  ଖାସି ମାଂସ କିଲୋ ପ୍ରତି ୭୫୦ ଟଙ୍କା ଥିବାବେଳେ ରୋହିମାଛ କିଲୋ ପ୍ରତି ୧୬୦ରୁ ୨ ଶହ ଟଙ୍କା, ମାଗୁର ୪ ଶହ ଟଙ୍କା, ପମ୍ଫ୍ରେଟ୍ ୭ ଶହ ଟଙ୍କା, ଭେକଟି ୫ ଶହ ଟଙ୍କା, ଚିଙ୍ଗୁଡ଼ି ୪ ଶହରୁ ୬ ଶହ ଟଙ୍କା ରହିଥିଲା ।

 

Related story