ଆଜି ହେବ ନିଟ୍‌ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେବ ନିଟ୍।  ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆବେଦନକାରୀ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍‌ରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌କୁ କୌଣସି ପ୍ରକାରର ଇଲେ୍କ୍‌ଟ୍ରୋନିକ୍ ଗେଜେଟ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ, ଅଳଙ୍କାର, ଚଷମା ତଥା ଖାଦ୍ୟସାମଗ୍ରୀ ନେଇ ଯାଇପାରିବେ ନାହିଁ। ପରୀକ୍ଷା ଦେବା […]

neet

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 04:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ସାରା ଦେଶରେ ଅନୁଷ୍ଠିତ ହେବ ନିଟ୍।  ସକାଳ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆବେଦନକାରୀ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ସକାଳ ୭ଟା ୩୦ ମିନିଟ୍‌ରେ ଆଡମିଟ୍ କାର୍ଡ ଦେଖାଇ ପ୍ରବେଶ କରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍‌କୁ କୌଣସି ପ୍ରକାରର ଇଲେ୍କ୍‌ଟ୍ରୋନିକ୍ ଗେଜେଟ୍, ବଲ୍ ପେନ୍, ଜୋତା, ବେଲ୍ଟ, କ୍ୟାପ୍, ଓ୍ୱାଲେଟ, ଅଳଙ୍କାର, ଚଷମା ତଥା ଖାଦ୍ୟସାମଗ୍ରୀ ନେଇ ଯାଇପାରିବେ ନାହିଁ। ପରୀକ୍ଷା ଦେବା ଲାଗି କେନ୍ଦ୍ରରେ ବଲ୍ ପେନ୍ ଦିଆଯିବ। ଛାତ୍ରଛାତ୍ରୀମାନେ ହାଲକା ପୋଷାକ ପିନ୍ଧି ପରୀକ୍ଷା ଦେବାକୁ ଯିବେ। ଓଡ଼ିଶାର ଅନୁଗୋଳୁ, ବାଲେଶ୍ୱର, କଟକ, ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରରେ ନିଟ୍ ଲାଗି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପରୀକ୍ଷା ଫଳ ଆସନ୍ତା ଜୁନ୍ ୫ ସୁଦ୍ଧା ଫଳ ପ୍ରକାଶନ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି।

Related story