ବାଳ ଅପରାଧୀଙ୍କୁ ନିଯୁକ୍ତି ଦିଆଗଲେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ

Ordigital Desk
  • Published: Sunday, 11 March 2018
  • , Updated: 11 March 2018, 02:32 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। କଟକ ସ୍ଥିତ ଓଡିଶା ଜୁଡିସିଆଲ ଏକାଡେମୀରେ ଜୁଭେନାଇଲ ଜଷ୍ଟିସ ପ୍ରସଙ୍ଗରେ ଆୟୋଜିତ କର୍ମଶାଳାର ସେ ଯୋଗ ଦେଇଛନ୍ତି। ଏହି ଅବସରରେ ବାଳ ଅପରାଧ ସମ୍ପର୍କିତ ଆଲୋଚନା ଚକ୍ରରେ ଜଷ୍ଟିସ୍&zwnj; ମିଶ୍ର କହିଛନ୍ତି,&ldquo;ବାଳ ଅପରାଧୀଙ୍କୁ ଥଇଥାନ ଓ ନିଯୁକ୍ତି ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ। ଏହାଦ୍ୱାରା ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ। ନିଯୁକ୍ତି ଦିଆଗଲେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ, ଅପରାଧ କରିବେନି। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ଆବଶ୍ୟକ।&rdquo;</p> <p>ଏହି ସମ୍ମିଳନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ ସରନ ମଧ୍ୟ ଉପସ୍ଥିତ ଥିଲେ।</p> <p>ସେହିପରି ଭୁବନେଶ୍ୱର ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସର ଭୂମି ପୂଜନ ଉତ୍ସବରେ ମଧ୍ୟ ଯୋଗଦେଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର। ଏହି ଉତ୍ସବରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହାଇକୋର୍ଟ ମୁଖ୍ୟ ବିଚାରପତି। ଭୁବନେଶ୍ୱର ବାର ଆସୋସିଏସନର ବାର୍ଷିକ ଉତ୍ସବରେ ମଧ୍ୟ ପ୍ରଧାନ ବିଚାରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।</p>

Related story