ଆଜି ଓଜେଇଇ ଅନ୍‌ଲାଇନ୍ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ବିଏ,ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ  ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏମ୍‌ସିଏ, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ଲାଗି  ଆଜି  ତିନୋଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ ଟା, ଦ୍ୱିତୀୟ ସିଟିଂ ଅପରାହ୍ଣ ୧ଟାରୁ ୩ଟା ଓ ତୃତୀୟ […]

exam

exam

Jyoshna Pradhan
  • Published: Saturday, 08 June 2019
  • Updated: 08 June 2019, 09:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏମ୍‌ବିଏ,ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ  ଓଜେଇଇ ପକ୍ଷରୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ଏମ୍‌ସିଏ, ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫର୍ମା ଓ ଲାଟେରାଲ ଏଣ୍ଟ୍ରି ଏମ୍‌ସିଏ ପାଠ୍ୟକ୍ରମ ଲାଗି  ଆଜି  ତିନୋଟି ସିଫ୍ଟରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ ଟା, ଦ୍ୱିତୀୟ ସିଟିଂ ଅପରାହ୍ଣ ୧ଟାରୁ ୩ଟା ଓ ତୃତୀୟ ସିଟିଂ ଅପରାହ୍ନ ସାଢେ ୪ଟା ରୁ ସାଢେ ୬ଟା ଯାଏ ଚାଲିବ।

ସେହିପରି ଆସନ୍ତାକାଲି କେବଳ ଏମ୍‌ବିଏ ପାଠ୍ୟକ୍ରମ ଲାଗି ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ୫ଟା ଯାଏ ଅନୁଷ୍ଠିତ ହେବ।

ମୋଟ ୧୭ ହଜାର ୩୫୫ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେବା ପାଇଁ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହି ପରୀକ୍ଷା ମେ’ ୧୩ରେ ଅନୁଷ୍ଠିତ ହେବାର ଥିଲା। ତେବେ ବାତ୍ୟା ‘ଫୋନି’ ଯୋଗୁ ପରୀକ୍ଷାକୁ ବାତିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos