ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କମିବ, ମୁଣ୍ଡପିଛା ଆୟ ଲକ୍ଷେ ଟପିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଣିପାଗରେ ଅନିଶ୍ଚିତତା ଓ ପ୍ରାକୃତିକ ଦୁର୍ବିପାକ ସମେତ ଖଣି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬%ରେ ସୀମିତ ରହିବ । ୨୦୧୮-୧୯ ମସିହାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୭.୯% ଥିବାବେଳେ ୨୦୧୯-୨୦ରେ ଏହା ୬.୧୬% ସୀମିତ ରହିବ ବୋଲି ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଏହାସହିତ ପ୍ରଥମଥର ପାଇଁ ରାଜ୍ୟରେ ଲୋକଙ୍କ ମୁଣ୍ଡପିଛା […]

survay

survay

Manoranjan Sial
  • Published: Monday, 17 February 2020
  • Updated: 17 February 2020, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଣିପାଗରେ ଅନିଶ୍ଚିତତା ଓ ପ୍ରାକୃତିକ ଦୁର୍ବିପାକ ସମେତ ଖଣି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୬.୧୬%ରେ ସୀମିତ ରହିବ । ୨୦୧୮-୧୯ ମସିହାରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ର ୭.୯% ଥିବାବେଳେ ୨୦୧୯-୨୦ରେ ଏହା ୬.୧୬% ସୀମିତ ରହିବ ବୋଲି ରାଜ୍ୟ ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ଏହାସହିତ ପ୍ରଥମଥର ପାଇଁ ରାଜ୍ୟରେ ଲୋକଙ୍କ ମୁଣ୍ଡପିଛା ଆୟ ୧ଲକ୍ଷ ଟଙ୍କା ଅତିକ୍ରମ କରି ୧ଲକ୍ଷ ୧ହଜାର ୫୮୭ଟଙ୍କା ରହିଛି। ତେବେ ସର୍ବଭାରତୀୟସ୍ତରରେ ମୁଣ୍ଡପିଛା ଆୟ ୧ଲକ୍ଷ ୧୨୬ହଜାର ୪୦୬ ରହିଛି।

୨୦୧୯-୨୦ ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ ନିକଟ ଅତୀତରେ ରାଜ୍ୟର ଅଭିବୃଦ୍ଧିରେ ଢାଂଚାଗତ ପରିବର୍ତ୍ତନ ଆସିଛି। ୨୦୧୮-୧୯ ଆର୍ଥିକ ବର୍ଷରେ ସର୍ବଭାରତୀୟସ୍ତରରେ ଅଭିବୃଦ୍ଧି ହାର ୬.୮% ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ୭.୯୦% ଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଅଭିବୃଦ୍ଧି ହାର ୫% ଆକଳନ କରାଯାଇଥିବାବେଳେ ଓଡ଼ିଶାରେ ଏହା ୬.୧୬% ରହିବ। ୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୯୫,୧୬୪ଟଙ୍କାରୁ ବୃଦ୍ଧି ପାଇ ୧ଲକ୍ଷ ୧ହଜାର୫୮୭ଟଙ୍କା ଆକଳନ କରାଯାଇଥିଛି। ୨୦୧୯-୨୦ ଅଗ୍ରୀମ ଆକଳନ ଅନୁସାରେ ଓଡ଼ିଶାର ଅଭିବୃଦ୍ଧିରେ ସର୍ବାଧିକ ୪୦.୫୧% ଭାଗିଦାରୀ ସେବା କ୍ଷେତ୍ରର ଥିବାବେଳେ ୩୯.୬୦% ଶିଳ୍ପ କ୍ଷେତ୍ରର ରହିଛି। ସେିହପରି କୃଷି କ୍ଷେତ୍ରର ୧୯.୯୦% ଭାଗିଦାରୀ ଅଛି। ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଆଦି ମାଧ୍ୟମରେ ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ୨୦୧୪-୧୫ରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୨୧.୭୬ଲକ୍ଷ କୋଠା ଘର ନିର୍ମାଣ ହୋଇଛି।

ରାଜ୍ୟର ଶିଳ୍ପାୟନ ପରିଦୃଶ୍ୟ ଦ୍ରୁତଗତିରେ ପରିବର୍ତ୍ତନ ହୋଇଛି। ୨୦୧୧-୧୨ରୁ ରାଜ୍ୟର ଶିଳ୍ପ କ୍ଷେତ୍ରର ଭାଗିଦାରୀ ପ୍ରାୟ ୩୯.୬% ପାଖାପାଖି ରହିଛି। ଶିଳ୍ପାୟନକୁ ଗତିଶୀଳ କରିବା ପାଇଁ ରାଜ୍ୟ ସରକାର ୨୦୧୬ ମସିହାରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ କରୁଛନ୍ତି। ଯେଉଁଥିପାଇଁ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ୨୦୧୯ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଦେଶର ଏକ ନମ୍ବର ରାଜ୍ୟ ହୋଇପାରିଥିଲା। ୨୦୧୯ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳର ୯୯.୬୪% ଗାଁକୁ ବିଦ୍ୟୁତ ଯୋଗାଣ ହୋଇପାରିଛି । ରାଜ୍ୟରେ ୨୦୧୮-୧୯ ମସିହା ସୁଦ୍ଧା ମୋଟ ସଡ଼କର ଲମ୍ବ ୨,୬୮,୬୫୬କିମି ରହିଛି। ଯାହାକି ୨୦୧୭ ମସିହା ତୁଳନାରେ ୧.୬୫% ଅଧିକ । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯେକି ଅଣବ୍ୟାଙ୍କିଙ୍ଗ୍ ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କିଂ ସୁବିଧା ପ୍ରଦାନ କରିଛି । ରାଜ୍ୟରେ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୧.୩୧ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧,୯୮,୨୭୦.୮୭ଲକ୍ଷ ଟଙ୍କାଋଣ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ସରକାର ସାମାଜିକ କ୍ଷେତ୍ରରେ ନିଜର ବ୍ୟୟ ହାରକୁ ବଜାୟ ରଖିଛନ୍ତି । ୨୦୧୮-୧୯ରେ ଏହା ୪୩.୩ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ଏହା ୪୨.୫ ପ୍ରତିଶତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story