ଆଜି ଶ୍ରାବଣ ମାସର ତୃତୀୟ ସୋମବାର

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବାକୁ ରାଜ୍ୟର ସବୁ ଶୈବପୀଠରେ ସକାଳୁ ସକାଳୁ ଲାଗିଛି କାଉଡ଼ିଆଙ୍କ ଭିଡ଼। ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବା ଲାଗି ବ୍ୟବସ୍ଥା […]

monday

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 02:05 PM IST

ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କରିବାକୁ ରାଜ୍ୟର ସବୁ ଶୈବପୀଠରେ ସକାଳୁ ସକାଳୁ ଲାଗିଛି କାଉଡ଼ିଆଙ୍କ ଭିଡ଼। ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବା ଲାଗି ବ୍ୟବସ୍ଥା ରହିଛି।

ସେହିଭଳି ପୁରୀର ଲୋକନାଥ, କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡିଆ ଭକ୍ତମାନେ ଜଳଲାଗି କରୁଛନ୍ତି। ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳଲାଗି ନିମନ୍ତେ ବ୍ୟବସ୍ଥା କରାଯାଇଛି।

Related story