ଆଜି ଶ୍ରାବଣ ପ୍ରଥମ ସୋମବାର

ଭୁବନେଶ୍ୱର: ଆଜି ଶ୍ରାବଣ ପ୍ରଥମ ସୋମବାର।  ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ। ମନସ୍କାମନା ପୂରଣ ପାଇଁ ନଦୀରୁ ଜଳ ଉଠାଇ ପହଞ୍ଚିଛନ୍ତି ବିଭିନ୍ନ ଶୈବପୀଠରେ। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ବିଭିନ୍ନ ଶୈବାଳୟ।

ଲିଙ୍ଗରାଜ ମନ୍ଦିରରେ ଦିନ ୧୨ଟା ଯାଏଁ ସାହାଣ ମେଲା ସହ କାଉଡିଆମାନେ ଜଳ ଲାଗି କରିବା ଲାଗି ବ୍ୟବସ୍ଥା ରହିଛି।  ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ୨୫ଟି ସିସିଟିଭି ଲାଗିବା ସହ ପୋଲିସ୍‌ ଫୋର୍ସ ମୁତୟନ ରହିଛନ୍ତି।  ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ ହୋଇଛି।