ଆଜି କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ‘କାଳିଆ’ ଛାତ୍ରବୃତ୍ତି ଯୋଜନାରେ ମୋହର ଲାଗିପାରେ। ଏହାଦ୍ୱାରା ଚାଷୀଙ୍କ ପିଲା ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଭବାନ ହେବେ। ୧୩ଟି ବୈଷୟିକ ଓ ୧୧ଟି ଡିପ୍ଲୋମା ପାଠ୍ୟକ୍ରମରେ ଚାଷୀଙ୍କ ପିଲା ନାଁ ଲେଖାଇ ପାରିବେ। ୧୮୧ ସରକାରୀ ଶିକ୍ଷାନୁଷ୍ଠାନରେ ଏହି ସୁବିଧା ମିଳିବ। ଏଥିସହ କୃଷି, ଜଳସେଚନ ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର […]

secretariat-odisha

Jyoshna Pradhan
  • Published: Friday, 22 February 2019
  • , Updated: 22 February 2019, 10:58 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ‘କାଳିଆ’ ଛାତ୍ରବୃତ୍ତି ଯୋଜନାରେ ମୋହର ଲାଗିପାରେ। ଏହାଦ୍ୱାରା ଚାଷୀଙ୍କ ପିଲା ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଭବାନ ହେବେ। ୧୩ଟି ବୈଷୟିକ ଓ ୧୧ଟି ଡିପ୍ଲୋମା ପାଠ୍ୟକ୍ରମରେ ଚାଷୀଙ୍କ ପିଲା ନାଁ ଲେଖାଇ ପାରିବେ। ୧୮୧ ସରକାରୀ ଶିକ୍ଷାନୁଷ୍ଠାନରେ ଏହି ସୁବିଧା ମିଳିବ।

ଏଥିସହ କୃଷି, ଜଳସେଚନ ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମଧ୍ୟ ମୋହର ଲାଗିପାରେ। ଆଗକୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ଅଧିକରୁ ଅଧିକ ପ୍ରସ୍ତାବ କ୍ୟାବିନେଟରେ ଆସିପାରେ।

Related story