Advertisment

ଚାଷୀଙ୍କ ଆଉ ଏକ ଚିନ୍ତା, କେବେ ମଣ୍ଡିରୁ ଉଠିବ ଧାନ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତମାସ ପ୍ରଥମ ସପ୍ତାହରେ ଆସିଥିବା ‘ଜୱାଦ’ ବାତ୍ୟା ତ ବିଶେଷ ପ୍ରଭାବ ପକାଇଲା ନାହିଁ। କିନ୍ତୁ ଏହାର ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷାରେ ଚାଷୀଙ୍କର ବର୍ଷକର ପରିଶ୍ରମରେ ପାଣି ପଶିଯାଇଛି। ଗୋଟିଏ ପଟେ ବର୍ଷାରେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏବେ ଧାନ ମଣ୍ଡିକୁ ନେଇ ଆଉ ଏକ ସମସ୍ୟା ଛିଡ଼ା ହୋଇଛି। ଯେଉଁ କଷ୍ଟରେ ଚାଷୀ ପାଣିରୁ ଧାନ ଅମଳ କରିଥିଲେ, ମଣ୍ଡିରେ ଏବେ […]

ଅଦ୍ୟତନ ହୋଇଛି
ଚାଷୀଙ୍କ ଆଉ ଏକ ଚିନ୍ତା, କେବେ ମଣ୍ଡିରୁ ଉଠିବ ଧାନ?

mandi

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତମାସ ପ୍ରଥମ ସପ୍ତାହରେ ଆସିଥିବା ‘ଜୱାଦ’ ବାତ୍ୟା ତ ବିଶେଷ ପ୍ରଭାବ ପକାଇଲା ନାହିଁ। କିନ୍ତୁ ଏହାର ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷାରେ ଚାଷୀଙ୍କର ବର୍ଷକର ପରିଶ୍ରମରେ ପାଣି ପଶିଯାଇଛି। ଗୋଟିଏ ପଟେ ବର୍ଷାରେ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏବେ ଧାନ ମଣ୍ଡିକୁ ନେଇ ଆଉ ଏକ ସମସ୍ୟା ଛିଡ଼ା ହୋଇଛି। ଯେଉଁ କଷ୍ଟରେ ଚାଷୀ ପାଣିରୁ ଧାନ ଅମଳ କରିଥିଲେ, ମଣ୍ଡିରେ ଏବେ ତାକୁ ବିକିବା ପାଇଁ ସେମାନଙ୍କୁ ନୟାନ୍ତ ହେବାକୁ ପଡ଼ୁଛି। ଚାଷୀ ମଣ୍ଡିକୁ ସିନା ଆସିଛନ୍ତି, ହେଲେ କେଉଁଠାରେ ମଣ୍ଡି ଖୋଲିନି, କେଉଁଠାରେ ମିଲର୍ସମାନେ ଧାନ ଉଠାଉନାହାନ୍ତି। ଯେଉଁ କାରଣରୁ ଏହି ମଣ୍ଡି ସମସ୍ୟା ଚାଷୀଙ୍କ ଟେନସନକୁ ଦ୍ୱିଗୁଣିତ କରିଦେଇଛି।

Advertisment

ପଶ୍ଚିମ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ମନାପଡ଼ା ମାର୍କେଟ ୟାର୍ଡରେ ହଜାର ହଜାର ସଂଖ୍ୟାରେ ଧାନ ବସ୍ତା ଗଦା ହୋଇଛି। କିନ୍ତୁ ଏସବୁ ବସ୍ତା କେବେ ଉଠିବ, ତାହା କାହାକୁ ଜଣାନାହିଁ। ନଭେମ୍ବର ୨୫ ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। କିନ୍ତୁ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି। ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକମାନେ ଧାନ ଉଠାଉନଥିବାରୁ ଚାଷୀ ନାହିଁ ନଥିବା ହୀନସ୍ତା ହେଉଛନ୍ତି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଡାଲଗୁମାରେ ଥିବା ମଣ୍ଡିରେ ଚାଷୀ ହାଡ଼ଭଙ୍ଗା ଶୀତକୁ ଖାତିର ନକରି ଟୋକନ ଧରି ଧାନ ନେଇ ଆସିଛନ୍ତି। ହେଲେ ଏଠାରେ ସରକାରୀ ଷ୍ଟୋରେଜ୍ ଅଭାବ ରହିଥିବାରୁ ଚାଷୀ ମିଲର୍ସଙ୍କୁ ଭରସା କରି ରହିଛନ୍ତି। ମିଲର୍ସମାନେ ମଧ୍ୟ ମନ ମୁତାବକ ଗାଡ଼ି ଧାନ ନେବାକୁ ଆସୁଛନ୍ତି। ଯେହେତୁ ଏଯାଏ ମଣ୍ଡି ଖୋଲିନାହିଁ, ତେଣୁ ଧାନ ବିକ୍ରିରେ ଦଲାଲଙ୍କ ଅନୁପ୍ରବେଶ ଦେଖିବାକୁ ମିଳିଛି। ଆଉ ଦଲାଲ୍ ମଧ୍ୟ ନିଜ ମନମୁତାବକ ଧାନ ଯଦି ଉଠାନ୍ତି, ତାହେଲେ ଚାଷୀଙ୍କୁ ହୁଏତ କ୍ଷତି ସହିବାକୁ ପଡ଼ିପାରେ।

Advertisment

ଗଂଜାମ ଜିଲ୍ଲା ଆସ୍କାରେ ଚାଷୀ ଯାହା କିଛି ଧାନ ଅମଳ କରିଥିଲା, ତାକୁ ଏବେ ନିଜ ଖଳାରେ ବସ୍ତାରେ ଭର୍ତ୍ତି କରି ରଖିଛି। ଆଉ କିଛି ଧାନ ବସ୍ତା ନିଜ ଘର ଦୁଆରେ ଥାକ ମାରିଛନ୍ତି ଚାଷୀ। ଯଦି ଧାନ ମଣ୍ଡି ନଖୋଲେ, ତାହେଲେ ଦଲାଲ ଚାଷୀଙ୍କ ପାଖରେ ପହଞ୍ଚିବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ ମଣ୍ଡି ଖୋଲିନଥିବାରୁ ଚାଷୀ ଚିନ୍ତାରେ ଥିବା ବେଳେ ସୁନ୍ଦରଗଡ଼ର କିଛି ସ୍ଥାନରେ ଧାନ କିଣା ଆରମ୍ଭ ହୋଇଛି।

ସୁନ୍ଦରଗଡ଼ ପାନପୋଷ ସବଡିଭିଜନ୍ ଅନ୍ତର୍ଗତ ୪ଟି ବ୍ଲକ ଯଥାକ୍ରମେ ବିଶ୍ରା, ନୂଆଗାଁ, ଲାଠିକଟା ଓ କୁଆଁରମୁଣ୍ଡାରେ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ ହୋଇଛି। ଆସନ୍ତାବର୍ଷ ମାର୍ଚ୍ଚ ଯାଏଁ ଏସବୁ ସ୍ଥାନରୁ ପ୍ରାୟ ଅଢ଼େଇ ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କଠାରୁ କିଣାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପାନପୋଷ ଉପଜିଲ୍ଲାପାଳ। ତେବେ ଏଠି ଗୋଟିଏ ଚାଷୀଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ କେବେ ଧାନ ମଣ୍ଡି ଖୋଲିବ ଏବଂ ସେମାନେ ନିଜର ନିଜର ଧାନକୁ ବିକି ପାରିବେ।

ସୂଚନାଯୋଗ୍ୟ, ‘ଜୱାଦ’ ବାତ୍ୟା ଓ ବର୍ଷାରେ ୧୨ଟି ଜିଲ୍ଲାର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ପ୍ରାଥମିକ ଆକଳନ ଅନୁସାରେ ୧୨ଟି ଜିଲ୍ଲା ଯଥା- ଗଞ୍ଜାମ, ଭଦ୍ରକ, ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର ଓ ମୟୂରଭଞ୍ଜର ୧୩୧ଟି ବ୍ଲକର ୫.୭୮ଲକ୍ଷ ହେକ୍ଟର ଖରିଫ ଫସଲ ବର୍ଷା ଓ ବାତ୍ୟାରେ ପ୍ରଭାବିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe