ଅଭାବୀ ବିକ୍ରି ପ୍ରତିବାଦରେ ରାସ୍ତାରେ ଟମାଟୋ ଢାଳିଲେ ଚାଷୀ

କେନ୍ଦୁଝର: ଅଭାବୀ ବିକ୍ରୀ ପ୍ରତିବାଦରେ ଆଜି ରାସ୍ତାରେ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଢାଳି ପ୍ରତିବାଦ ଜଣାଇଛନ୍ତି ଚାଷୀ। ଏପରି ପ୍ରତିବାଦ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାପାଳ ଅଫିସ ଆଗରେ। ଟମାଟୋର ଉଚିତ୍ ମୂଲ୍ୟ ମିଳୁ ନ ଥିବାରୁ ସଦର ବ୍ଲକ୍‌ ମହାଦେଇଯୋଡ଼ା ଓ ବରଦାପାଳ ଗାଁର ଚାଷୀମାନେ ଜିଲ୍ଲାପାଳଙ୍କ ଭେଟିବାକୁ ଆସିଥିଲେ। ଜିଲ୍ଲାପାଳ ନ ଥିବାରୁ ସେମାନେ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲ୍ଲାରେ ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ର ଅଭାବ ଯୋଗୁଁ ଟମାଟୋ […]

tamato

Rakesh Mallick
  • Published: Monday, 27 February 2017
  • , Updated: 27 February 2017, 03:30 PM IST

କେନ୍ଦୁଝର: ଅଭାବୀ ବିକ୍ରୀ ପ୍ରତିବାଦରେ ଆଜି ରାସ୍ତାରେ କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ ଢାଳି ପ୍ରତିବାଦ ଜଣାଇଛନ୍ତି ଚାଷୀ। ଏପରି ପ୍ରତିବାଦ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାପାଳ ଅଫିସ ଆଗରେ।

ଟମାଟୋର ଉଚିତ୍ ମୂଲ୍ୟ ମିଳୁ ନ ଥିବାରୁ ସଦର ବ୍ଲକ୍‌ ମହାଦେଇଯୋଡ଼ା ଓ ବରଦାପାଳ ଗାଁର ଚାଷୀମାନେ ଜିଲ୍ଲାପାଳଙ୍କ ଭେଟିବାକୁ ଆସିଥିଲେ। ଜିଲ୍ଲାପାଳ ନ ଥିବାରୁ ସେମାନେ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଜିଲ୍ଲାରେ ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ର ଅଭାବ ଯୋଗୁଁ ଟମାଟୋ ସଂରକ୍ଷିତ ରଖାଯାଇପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ବେପାରୀମାନେ ଟମାଟୋ କିଲୋ ପିଛା ଟଙ୍କାଏ ଦେବାକୁ ମଧ୍ୟ ରାଜି ନ ଥିବା ସେମାନେ କହିଛନ୍ତି।

Related story