ଝିପିଝିପି ବର୍ଷାରେ ଥରୁଛି ଓଡ଼ିଶା, ଜୀବନଯାତ୍ରା ଅସ୍ତବ୍ୟସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶ ମେଘାଚ୍ଛନ ରହିବା ସାଙ୍ଗକୁ ପାଗ କୋହଲା ରହିଛି। ବର୍ଷା ଯୋଗୁଁ ଚାଷୀଙ୍କର ବର୍ଷକର ଫସଲ ନଷ୍ଟ ହେବାକୁ ବସୁଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଆଜି ଝିପିଝିପି ବର୍ଷାରେ ଭିଜିଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା […]

weanter

weanter

Manoranjan Sial
  • Published: Friday, 03 January 2020
  • Updated: 03 January 2020, 07:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆକାଶ ମେଘାଚ୍ଛନ ରହିବା ସାଙ୍ଗକୁ ପାଗ କୋହଲା ରହିଛି। ବର୍ଷା ଯୋଗୁଁ ଚାଷୀଙ୍କର ବର୍ଷକର ଫସଲ ନଷ୍ଟ ହେବାକୁ ବସୁଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ଆଜି ଝିପିଝିପି ବର୍ଷାରେ ଭିଜିଛି।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କନ୍ଧମାଳ, କଟକ, ଖୋର୍ଦ୍ଧା, ଅନୁଗୋଳ, ମୟୂରଭଞ୍ଜ, ରାୟଗଡା ଓ ଗଜପତି ଜିଲ୍ଲାରେ ବର୍ଷା ହୋଇଛି। ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେସବୁ ଜିଲ୍ଲା ଗୁଡ଼ିକ ହେଲା କନ୍ଧମାଳ, କୋରାପୁଟ, ନୂଆପଡ଼ା, ମାଲକାନଗିରି ଏବଂ ସୁବର୍ଣ୍ଣପୁର। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ଏବଂ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ଟ୍ରପ୍‌ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଆକାଶ ମେଘାଚ୍ଛନ ରହିଛି। ଆସନ୍ତା ଦୁଇ ଦିନ ପରେ ପାଗରେ ସୁଧାର ଆସିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।

ଗତକାଲି ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର, ଝାରସୁଗୁଡାରେ ୧୮.୯, ବଲାଙ୍ଗିରରେ ୧୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ସମ୍ଭାବନା ଥିବା ଅଞ୍ଚଳରେ ଧାନ ଅମଳ କରିନଥିବା ଚାଷୀମାନେ ଏଥିପ୍ରତି ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ସେପଟେ ରାଜ୍ୟରେ ବର୍ଷା ଓ ଥଣ୍ଡାପାଗର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି SRC। IMD ରିପୋର୍ଟ ଅନୁସାରେ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ତେଣୁ ସଂଗୃହିତ ଧାନ ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦେବା ସହ ମଣ୍ଡିରେ ଗଚ୍ଛିତ ଧାନକୁ ସୁରକ୍ଷିତ ରଖିବାକୁ SRC କହିଛନ୍ତି। ଥଣ୍ଡାର ପ୍ରକୋପ ବଢ଼ିବାର ଆଶଙ୍କା ଥିବାରୁ ରାତିରେ ଆଶ୍ରୟସ୍ଥଳ, ସ୍କୁଲ କୋଠା ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଝିପି ଝିପି ବର୍ଷାରେ ଉଦା ହେଉଛି ବର୍ଷକର ଫସଲ। ବତୁରି ଯାଉଛି ବସ୍ତା ବସ୍ତା ଅମଳ ଧାନ। ଏମିତି ଚିତ୍ର ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉଦଳା ଭଳି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଉଫୁଲା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ଧାନ ଗତ ୪ ଦିନ ହେଲା ପଡ଼ିରହିଛି। ଯାହାଫଳରେ ବର୍ଷାରେ ଉବୁଟୁବୁ ହୋଇ ପାଖାପାଖି ୪ ଶହ ଶହ କ୍ୱିଣ୍ଟାଲ ଧାନ ନଷ୍ଟ ହେବାକୁ ବସିଛି। କଳାହାଣ୍ଡିରୁ କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁରରୁ ସାଲେପୁର ଆଦି ସବୁଠି ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି।

କେବଳ ଚାଷୀ ନୁହେଁ, ହଠାତ୍ ବଦଳିଯାଇଥିବା ପାଗର ମିଜାଜ୍ ମଧ୍ୟ ବିଗାଡିଦେଇଛି ସାଧାରଣ ଜନଜୀବନକୁ। କୁହୁଡ଼ି ସାଙ୍ଗକୁ କୋହଲା ପାଗ, ତା’ସାଙ୍ଗକୁ ଝିପି ଝିପି ବର୍ଷା ମାଡ଼ରେ ବଢ଼ୁଛି ଶୀତପ୍ରବାହ। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। କେବଳ ଦାରିଙ୍ଗବାଡ଼ି ନୁହେଁ, ବଦଳିଥିବା ପାଣିପାଗ ଯୋଗୁ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମଧ୍ୟ ପ୍ରଭାବିତ ହୋଇଛି ଜୀବନ ଯାତ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos