ସରୁଛି କାର୍ଯ୍ୟକାଳ, ଶେଷ ବଜେଟ୍‌ ଅଭିଭାଷଣ ଦେବେ ଜମିର  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସରୁଛି ଓଡିଶା ରାଜ୍ୟପାଳ ଏସ୍‌ସି ଜମିରଙ୍କ କାର୍ଯ୍ୟକାଳ। କିନ୍ତୁ ଜମିରଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତି ରାଜ୍ୟପାଳ? ଏପର୍ଯ୍ୟନ୍ତ କାର୍ଡ ଖୋଲିନାହାଁନ୍ତି କେନ୍ଦ୍ର ସରକାର। ରାଜ୍ୟରେ ବିଜେପି ଓ ବିଜେଡି ଲଢେଇ ଏବଂ କେନ୍ଦ୍ରରେ ମୋଦି ସରକାର ଥିବାରୁ ଚର୍ଚ୍ଚା ହେଉଛି, ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇପାରେ। ୨୦୧୩ ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଏସ୍‌ସି ଜମିର। ଆସନ୍ତାକାଲି ହେବ […]

Governor-S-C-Jamir-

Rakesh Mallick
  • Published: Monday, 19 March 2018
  • , Updated: 19 March 2018, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସରୁଛି ଓଡିଶା ରାଜ୍ୟପାଳ ଏସ୍‌ସି ଜମିରଙ୍କ କାର୍ଯ୍ୟକାଳ। କିନ୍ତୁ ଜମିରଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତି ରାଜ୍ୟପାଳ? ଏପର୍ଯ୍ୟନ୍ତ କାର୍ଡ ଖୋଲିନାହାଁନ୍ତି କେନ୍ଦ୍ର ସରକାର। ରାଜ୍ୟରେ ବିଜେପି ଓ ବିଜେଡି ଲଢେଇ ଏବଂ କେନ୍ଦ୍ରରେ ମୋଦି ସରକାର ଥିବାରୁ ଚର୍ଚ୍ଚା ହେଉଛି, ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇପାରେ।

୨୦୧୩ ମାର୍ଚ୍ଚ ୨୧ ତାରିଖରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ ଏସ୍‌ସି ଜମିର। ଆସନ୍ତାକାଲି ହେବ ତାଙ୍କ କାର୍ଯ୍ୟକାଳର ଅନ୍ତିମ ଦିବସ। ଅନ୍ୟପକ୍ଷରେ କାଲିଠୁ ମଧ୍ୟ ବିଧାନସଭାର ବଜେଟ୍ ଅଧିବେଶନ। ତେଣୁ ବିଧାନସଭାରେ ନିଜର ଶେଷ ବଜେଟ୍ ଅଭିଭାଷଣ ରଖିବେ ରାଜ୍ୟପାଳ ଜମିର୍। ଅବଶ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ ନହେବା ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। ହେଲେ ଏବେ ପ୍ରଶ୍ନ ଜମିରଙ୍କ ସ୍ଥାନରେ କିଏ ହେବେ ନୂଆ ରାଜ୍ୟପାଳ? ଚର୍ଚ୍ଚା ହେଉଛି ଅନ୍ୟ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ଭଳି ବିଜେପି ସହ ଜଡ଼ିତ ଥିବା ଅଭିଜ୍ଞ ରାଜନେତାଙ୍କୁ ଏହି ଦାୟିତ୍ୱ ମିଳିପାରେ।

ଅନ୍ୟ ରାଜ୍ୟ ଭଳି ଓଡିଶାରେ ସରକାର ଓ ରାଜ୍ୟପାଳଙ୍କ ଭିତରେ ମୁହାଁମୁହିଁ ସ୍ଥିତି ଉପୁଜି ନଥିଲେ ମଧ୍ୟ କିଛି ଘଟଣାରେ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି। ପୋଲିସ୍ ବିଲ୍ ଓ ବିପିୟୁଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ବିଧାନସଭାରେ ପାସ ହୋଇଥିଲେ ମଧ୍ୟ ରାଜ୍ୟପାଳ ତାକୁ ଫେରାଇ ଦେଇଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାନସଭା ଶେଷ କରିଥିବା ଅଭିଯୋଗ ନେଇ ରାଷ୍ଟ୍ରପତି, ବାଚସ୍ପତି ନିରଞ୍ଜନ ପୂଜାରୀଙ୍କୁ ଡାକି ଆଲୋଚନା କରିଥିଲେ। ସେପଟେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟପାଳ କୁଳାଧିପତି ଭାବେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଡାକି ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳ ପଦବୀରେ ଥାଇ ନିକଟରେ ନିଜ ରାଜ୍ୟ ନାଗାଲାଣ୍ଡରେ ହୋଇଥିବା ନିର୍ବାଚନରେ ପ୍ରଚାର କରିଥିବା ଅଭିଯୋଗକୁ ନେଇ ବିବାଦକୁ ଆସିଥିଲେ ରାଜ୍ୟପାଳ ଜମିର୍। ସେ ନିଜ ପୁଅ ପାଇଁ ନିର୍ବାଚନ ପ୍ରଚାର କରିଥିବାର ଅଭିଯୋଗ ଆଣିଥିଲା ବିଜେପି।

Related story