୨୦ ପ୍ରକାର ଫୁଲରେ ସଜେଇ ହୋଇଛନ୍ତି ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଜାଗର ଯାତ୍ରା। ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା। ଏଥିପାଇଁ ଆସିଛି ୧୫ ଲକ୍ଷରୁ ଅଧିକ ଟଙ୍କାର ୨୦ ପ୍ରକାରର ରଙ୍ଗବେରଙ୍ଗ ଫୁଲ। କେବଳ ଫୁଲ ନୁହେଁ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏଁ ବ୍ୟାରିକେଡ୍‌ କରାଯାଇଛି। ଛାଇ ପାଇଁ ଅସ୍ଥାୟୀ ସେଡ୍‌ ବି ହୋଇଛି ନିର୍ମାଣା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ଟାରେ […]

lo

lo

Manoranjan Sial
  • Published: Thursday, 20 February 2020
  • Updated: 20 February 2020, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ଜାଗର ଯାତ୍ରା। ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ଭଳି କି ଭଳି ଫୁଲରେ ସଜାଯାଉଛି ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭିତର ବେଢା। ଏଥିପାଇଁ ଆସିଛି ୧୫ ଲକ୍ଷରୁ ଅଧିକ ଟଙ୍କାର ୨୦ ପ୍ରକାରର ରଙ୍ଗବେରଙ୍ଗ ଫୁଲ। କେବଳ ଫୁଲ ନୁହେଁ, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏଁ ବ୍ୟାରିକେଡ୍‌ କରାଯାଇଛି। ଛାଇ ପାଇଁ ଅସ୍ଥାୟୀ ସେଡ୍‌ ବି ହୋଇଛି ନିର୍ମାଣା। ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୦ଟାରେ ଉଠିବ ମହାପ୍ରଭୁଙ୍କ ମହାଦୀପ। ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଶ୍ରଦ୍ଧାଳୁଙ୍କ ପାଇଁ ୧୪ଟି ପାର୍କିଂ ପ୍ଲେସ କରାଯାଇଛି।

ଶ୍ରୀକ୍ଷେତ୍ରରେ ଶ୍ରୀଲୋକନାଥଙ୍କ ସାନ୍ନିଧ୍ୟ ପାଇଁ ସମାଗମ ହେବ ଲକ୍ଷାଧିକ ଭକ୍ତଙ୍କର। ଜାଗର ପାଇଁ ରାତି ୧୨ଟାରୁ ଶ୍ରୀଲୋକନାଥଙ୍କ ଦ୍ୱାରଫିଟା ଯାଇ ସମସ୍ତ ନୀତିକାନ୍ତି କରାଯିବ। ଏହାପରେ ଚାଲିବ ସାଧାରଣ ଦର୍ଶନ। ହରିହର ପୂଜା ଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ପରେ ରାତି ୩ଟାରେ ମହାଦୀପ ପ୍ରଜ୍ଜଳନ କରାଯିବ। ସେପଟେ ଜଗତ ମଙ୍ଗଳା ଜାଗର କମିଟି ପକ୍ଷରୁ ପ୍ରଜ୍ଜଳନ କରାଯାଇଛି ସାଢ଼େ ୬ ଫୁଟ୍ ଉଚ୍ଚର ଦୀପ। ଯାହା ପ୍ରଜ୍ଜଳିତ ହେଉଛି ୪ଶହ ଲିଟର ଘିଅରେ।

କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭୋର୍ ୪ଟାରୁ ଦ୍ୱାରଫିଟା ଯିବ। ଏହାପରେ ମହାସ୍ନାନ କରାଯାଇ କେତକୀ ଫୁଲରେ ସଜାଯିବ ବାବା ଧବଳେଶ୍ୱରଙ୍କୁ। ଏଠାରେ ରାତି ଗୋଟାଏରେ ମହାଦୀପ ଉଠି ଧବଳେଶ୍ୱରଙ୍କ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବ।

ସେହିପରି ଢେଙ୍କାନାଳ କପିଳାସ ପୀଠରେ ମହାପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କୁ ପୂଜା କରାଯିବ। ଭୋରରୁ ସମସ୍ତ ନୀତିକାନ୍ତି ପରେ ବିଳମ୍ବିତ ରାତିରେ ହରିହର ଭେଟ ଓ ଭୋର ୪ଟାରେ ଉଠିବ ମହାଦୀପ।

ଭଦ୍ରକ ଜିଲ୍ଲା ଆଖଣ୍ଡଳମଣିଙ୍କ ପୀଠରେ ବି ଚାଲିଛି ଜାଗର ପ୍ରସ୍ତୁତି। ରଙ୍ଗକାମଠୁ ରୀତିନୀତି ପର୍ଯ୍ୟନ୍ତ ସବୁଥିରେ ଲାଗିପଡ଼ିଛନ୍ତି ସେବାୟତ ଓ ପ୍ରଶାସନିକ ଅଧିକାରୀ। ଡଙ୍ଗାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅଧିକ ଡଙ୍ଗା ସହ ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରଖାଯାଇଛି। ଏଠାରେ ସକାଳ ୫ଟାରେ ଉଠିବ ମହାଦୀପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos