ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଶ୍ନପତ୍ରଗୁଡ଼ିକ ପରୀକ୍ଷା ମ୍ୟାନେଜମେଣ୍ଟ ହବ୍‌ ସେଣ୍ଟରଗୁଡ଼ିକରେ ପହଞ୍ଚି ସାରିଛି। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଲଗାଯାଇ ନଜର ରଖାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କପି ରୋକିବା ଲାଗି ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି। କେବଳ ସମ୍ବଲପୁର ଜିଲ୍ଲାରେ ୬ଟି ହବ୍‌ ସେଣ୍ଟର […]

plus-two

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 12:51 PM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଶ୍ନପତ୍ରଗୁଡ଼ିକ ପରୀକ୍ଷା ମ୍ୟାନେଜମେଣ୍ଟ ହବ୍‌ ସେଣ୍ଟରଗୁଡ଼ିକରେ ପହଞ୍ଚି ସାରିଛି। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଲଗାଯାଇ ନଜର ରଖାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। କପି ରୋକିବା ଲାଗି ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି।

କେବଳ ସମ୍ବଲପୁର ଜିଲ୍ଲାରେ ୬ଟି ହବ୍‌ ସେଣ୍ଟର କରାଯାଇଥିବା ବେଳେ ମୋଟ ୩୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ସମ୍ବଲପୁର ଜିଲ୍ଲାରେ କଳା, ବାଣିଜ୍ୟ ଓ ବିଜ୍ଞାନରେ ମୋଟ ୧୦ହଜାର ୫୧ ଜଣ ପରୀକ୍ଷାର୍ଥୀ ଅଛନ୍ତି।

Related story