ଆସନ୍ତାକାଲି ପରଦାକୁ ଆସିବ ‘ସିଷ୍ଟର ଶ୍ରୀଦେବୀ’; ଚର୍ଚ୍ଚାରେ ବାବୁସାନଙ୍କ ସେକ୍ସି ଅନ୍ଦାଜ

ଭୁବନେଶ୍ୱର: ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’। ରଜ ବଜାରରେ ଦର୍ଶକଙ୍କ ମଉଜ କରିବାରେ ଏହି ଫିଲ୍ମଟିରେ ସବୁପ୍ରକାର ମସଲା ଭରିଛନ୍ତି। ଏହା ନିଶ୍ଚିତ ଦର୍ଶକଙ୍କ ଭଲ ଲାଗିବ। ରଜରେ ଜଲଓ୍ୱା ଦେଖାଇବେ ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ। ଦର୍ଶକଙ୍କ ପାଖକୁ ଆସିବେ ଡବଲ୍ ରୋଲ୍‌ରେ। ତା’ପୁଣି ଉଭୟ ପୁରୁଷ ଓ ମହିଳା ରୋଲ୍‌ରେ। ଫୁଲ୍ ଏଣ୍ଟରଟେନମେଣ୍ଟ ପ୍ୟାକେଜ୍ ନେଇ ରଜ ବଜାରକୁ ସରଗରମ କରିବା ଲକ୍ଷ୍ୟରେ ଆସନ୍ତାକାଲି […]

sistter

Rakesh Mallick
  • Published: Thursday, 08 June 2017
  • , Updated: 09 June 2017, 07:10 AM IST

ଭୁବନେଶ୍ୱର: ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’। ରଜ ବଜାରରେ ଦର୍ଶକଙ୍କ ମଉଜ କରିବାରେ ଏହି ଫିଲ୍ମଟିରେ ସବୁପ୍ରକାର ମସଲା ଭରିଛନ୍ତି। ଏହା ନିଶ୍ଚିତ ଦର୍ଶକଙ୍କ ଭଲ ଲାଗିବ।

ରଜରେ ଜଲଓ୍ୱା ଦେଖାଇବେ ଓଲିଉଡ୍‌ର ଚକୋଲେଟ୍ ବୟ ବାବୁସାନ। ଦର୍ଶକଙ୍କ ପାଖକୁ ଆସିବେ ଡବଲ୍ ରୋଲ୍‌ରେ। ତା’ପୁଣି ଉଭୟ ପୁରୁଷ ଓ ମହିଳା ରୋଲ୍‌ରେ। ଫୁଲ୍ ଏଣ୍ଟରଟେନମେଣ୍ଟ ପ୍ୟାକେଜ୍ ନେଇ ରଜ ବଜାରକୁ ସରଗରମ କରିବା ଲକ୍ଷ୍ୟରେ ଆସନ୍ତାକାଲି ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସିଷ୍ଟର ଶ୍ରୀଦେବୀ’।

ବାବୁସାନ ଏବଂ ଅଶୋକ ପତି କେମେଷ୍ଟ୍ରି ପୂର୍ବରୁ ଓଲିଉଡରେ ହିଟ ସାବ୍ୟସ୍ତ ହୋଇଛି। ‘ସିଷ୍ଟର ଶ୍ରୀଦେବୀ’କୁ ସେହିଭଳି ରେସ୍‌ପନ୍ସ ମିଳିବ ବୋଲି ଆଶା କରାଯାଉଛି। ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ ଫିଲ୍ମର ଗୀତ ଗୁଡିକ ହିଟ ହୋଇସାରିଛି। ଆସନ୍ତାକାଲି ରାଜ୍ୟର ୬୦ରୁ ଅଧିକ ହଲରେ ଏହି ଫିଲ୍ମଟି ରିଲିଜ ହେଉଛି। କଟକର ଜୟଶ୍ରୀ ହଲରେ ହେବ ପ୍ରିମିୟର ଶୋ’।

Related story