ଆସନ୍ତାକାଲି ଓଜେଇଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ (ଓଜେଇଇ)। ରାଜ୍ୟର ୮୧ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ। ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। କାଲି ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ ବୋଲି ଓଜେଇଇ ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ସୂଚନା ଦେଇଛନ୍ତି। […]

JEE-exam

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 03:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ (ଓଜେଇଇ)। ରାଜ୍ୟର ୮୧ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ। ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। କାଲି ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ ବୋଲି ଓଜେଇଇ ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ସୂଚନା ଦେଇଛନ୍ତି। ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଲାଟେରାଲ୍ ଏଣ୍ଟ୍ରି ଇଂଜିନିୟରିଂ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ହେବ।

ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ରିପୋଟିଂ କରିବେ। ଆଡମିଟ୍ କାର୍ଡ, ପେନ ବ୍ୟତୀତ ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ନେବା ଉପରେ କଟକଣା ରହିଛି। ଖରାତାତିକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Related story