ପ୍ରକାଶ ପାଇଲା + ୨ କ୍‌ଟ ଅଫ୍ ମାର୍କ, କେଉଁ କଲେଜରେ କେତେ ଅଛି, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟୟ କଟ୍‌ ଅଫ୍‌ ମାର୍କ। ୯୦ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟାର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୮୮. ୬୭ ପ୍ରତିଶତ ସହ ଦ୍ୱିତୀୟରେ ରହିଛି ବିଜେବି ଜୁନିୟର କଲେଜ। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି। କଳାରେ ୭୧.୧୭ ପ୍ରତିଶତ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି। ୭୦.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ […]

strict-surveillance-system-are-in-place-for-the-plus-two-exams

Manoranjan Sial
  • Published: Tuesday, 02 July 2019
  • , Updated: 02 July 2019, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟୟ କଟ୍‌ ଅଫ୍‌ ମାର୍କ। ୯୦ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟାର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୮୮. ୬୭ ପ୍ରତିଶତ ସହ ଦ୍ୱିତୀୟରେ ରହିଛି ବିଜେବି ଜୁନିୟର କଲେଜ। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି।
କଳାରେ ୭୧.୧୭ ପ୍ରତିଶତ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି। ୭୦.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ୍ ଦ୍ୱିତୀୟ ଓ କେନ୍ଦୁଝର ଜିଲ୍ଲା ସଇଁକୁଳ ପତିତପାବନ ହାୟର ସେକେଣ୍ଡାରୀ ସ୍କୁଲ ୬୮.୫% ସହ ତୃତୀୟରେ ରହିଛି।

ସେହିପରି ବାଣିଜ୍ୟରେ ୮୦.୬ ପ୍ରତିଶତ ସହ ଗଂଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୬.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ ଢେଙ୍କାନାଳ ଇଭିନିଂ ହାୟର ସେଙ୍କେଣ୍ଡାରୀ ସ୍କୁଲ ଦ୍ୱିତୀୟ ଏବଂ ୭୬ ପ୍ରତିଶତ ସହ ରେଭେନ୍ସା ତୃତୀୟରେ ରହିଛି।

ଯୁକ୍ତ ଦୁଇ ପ୍ରଥମ ବର୍ଷ ଲାଗି ୩ ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଆସନ୍ତାକାଲି ଠାରୁ ୬ ତାରିଖ ଯାଏ ପ୍ରଥମ କଟ୍ ଅଫ୍ ଲାଗି ଆଡମିଶନ୍ କରାଯିବ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆନେକ୍ସର ସେଭେନ୍ ଫର୍ମକୁ ନେଇ ଛାତ୍ରଛାତ୍ରୀମାନେ ଆଡମିଶନ୍ ସମୟରେ ଅସୁବିଧାରେ ପଡୁଛନ୍ତି।

ଏନେଇ ନିର୍ଦ୍ଦେଶାଳାୟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ସ୍ଲାଇଡ୍ ଅପ୍ ପ୍ରୋସେସ୍‌ରେ ଭାଗ ନେବେନାହିଁ ଅର୍ଥାତ ପ୍ରଥମେ ଆସିଥିବା ହାୟର ସେକେଣ୍ଡାର ସ୍କୁଲ୍‌ରେ ଆଡମିଶନ୍ ପରେ ଅନ୍ୟ କେଉଁଠିକୁ ଯିବେନାହିଁ ବୋଲି ସେମାନେ ଆନେକ୍ସର ସେଭେନ୍ ଦାଖଲ କରିବେ। ଏନେଇ ଛାତ୍ରଛାତ୍ରୀଙ୍କୁ ସହାୟତା ଲାଗି କଲେଜ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

Related story