ସୁରତର ଏହି ଜାଗାରୁ ବଢ଼ୁଛି ସଂକ୍ରମଣ ସଂଖ୍ୟା ! ୯ ଦିନରେ ଗଞ୍ଜାମରେ ୧୫୪

ସୁରତ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ପଛରେ ଗୁଜରାଟର ସୁରତ ସହରର ବଡ଼ ହାତ ରହୁଛି । ତଥ୍ୟ କହୁଛି ଏପର୍ଯ୍ୟନ୍ତ ଯେତିକି ପଜିଟିଭ୍ କେଶ୍ ଆସିଲାଣି ସେଭିତରୁ ପାଖାପାଖି ୫୦ ପ୍ରତିଶତ ହେଉଛନ୍ତି ସୁରତ ଫେରନ୍ତା । ହେଲେ କାହିଁକି କୋଭିଡ୍ ସଂକ୍ରମଣର ବାହକ ପାଲଟୁଛନ୍ତି ଏମାନେ ? ମେ ୨ । ଇଏ ହେଉଛି ସେହି ତାରିଖ ଯେଉଁଦିନ ସୁରନ୍ତ ଫେରନ୍ତାଙ୍କ ସହ ଗଞ୍ଜାମ ଏବଂ ଓଡ଼ିଶାକୁ ଛୁଇଁଥିଲା କୋଭିଡ୍ ଭୂତାଣୁର […]

7bm

7bm

Tapas Behera
  • Published: Monday, 11 May 2020
  • Updated: 11 May 2020, 08:13 PM IST

Sports

Latest News

ସୁରତ/ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ପଛରେ ଗୁଜରାଟର ସୁରତ ସହରର ବଡ଼ ହାତ ରହୁଛି । ତଥ୍ୟ କହୁଛି ଏପର୍ଯ୍ୟନ୍ତ ଯେତିକି ପଜିଟିଭ୍ କେଶ୍ ଆସିଲାଣି ସେଭିତରୁ ପାଖାପାଖି ୫୦ ପ୍ରତିଶତ ହେଉଛନ୍ତି ସୁରତ ଫେରନ୍ତା । ହେଲେ କାହିଁକି କୋଭିଡ୍ ସଂକ୍ରମଣର ବାହକ ପାଲଟୁଛନ୍ତି ଏମାନେ ?

ମେ ୨ । ଇଏ ହେଉଛି ସେହି ତାରିଖ ଯେଉଁଦିନ ସୁରନ୍ତ ଫେରନ୍ତାଙ୍କ ସହ ଗଞ୍ଜାମ ଏବଂ ଓଡ଼ିଶାକୁ ଛୁଇଁଥିଲା କୋଭିଡ୍ ଭୂତାଣୁର ସୁରତ୍ ଲିଙ୍କ । ଏହି ଦିନ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨। ହେଲେ ସେବେଠୁ ମାତ୍ର ୯ ଦିନରେ ଗଞ୍ଜାମରେ ଶହେ ପାର୍ କରି ୧୫୪ ଛୁଇଁଲାଣି। ଆଉ ରାଜ୍ୟରେ ୪୦୦ ଅତିକ୍ରମ କରି ସଂଖ୍ୟା  ୪୧୪ରେ ପହଞ୍ଚିଛି। ରାଜ୍ୟର କୋଭିଡ୍ ଗଣିତ ସୁରତରୁ ପ୍ରବାସୀଙ୍କ ଆଗମନ ପରଠୁ ୧୨ ଜିଲ୍ଲାକୁ ବ୍ୟାପିଗଲାଣି ସୁରତ ଲିଙ୍କ ସବୁଠୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ ଯେତିକି କୋଭିଡ୍ ପଜିଟିଭ୍ କେଶ୍ ଆସିଛି ସେଥିରୁ ପାଖାପାଖି ଅଧାଅଧି ସଂଖ୍ୟା ସୁରତ ଫେରନ୍ତାଙ୍କର। ତେଣୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ସହ ସଂକ୍ରମିତଙ୍କ ସୁରତ୍ ଲିଙ୍କକୁ ନେଇ ଚିନ୍ତା ବଢୁଛି।

ହେଲେ କାହିଁକି କୋଭିଡ୍ ସଂକ୍ରମଣର ବାହକ ପାଲଟୁଛନ୍ତି ସୁରତ ଫେରନ୍ତା ? ସୁରତରେ ଅଛି ଏହାର ଉତ୍ତର।  ନଜର ପକାନ୍ତୁ ସୁରତର କୋଭିଡ୍ ତଥ୍ୟ ଉପରେ। କରୋନାରେ କେବଳ ଗୁଜୁରାଟର ଉକ୍ତ ସହରରୁ ଏ ପର୍ଯ୍ୟନ୍ତ ୩୮ ଜଣ ପ୍ରାଣ ହରାଇଥିଲା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୮୭୫ରୁ ଅଧିକ।  ଆଉ ଏଠି ସଂକ୍ରମଣର ସବୁଠୁ ବଡ଼ କାରଣ କୁହାଯାଉଛି ସବ୍‌ଜି ମଣ୍ଡି ।

ଯେଉଁଠି ନା ସାମାଜିକ ଦୂରତ୍ୱର ଚିହ୍ନବର୍ଣ୍ଣ ଅଛି ନା ଅଧିକାଂଶଙ୍କ ମୁହଁରେ ମାସ୍କ । ତେଣୁ ପରିବାବାଲା, ଦୋକାନୀଙ୍କଠୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଗତ ୯ତାରିଖରୁ ୫ଦିନ ଯାଏଁ ସହରର ସବୁଠି ପରିବା ବିକ୍ରି ଉପରେ ସଂପୂର୍ଣ୍ଣ କଟକଣା ଲଗାଇଛି । ହେଲେ ତା ଆଗରୁ ସଂକ୍ରମଣ କେଉଁଠାରୁ କାହାକୁ ବ୍ୟାପିଛି ତାର କିଛି ବି ସଠିକ ତଥ୍ୟ ନାହିଁ। ଦ୍ୱିତୀୟରେ ଏଠି ବସ୍ତି ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ଆବାସିକ ସ୍ଥିତି । ପ୍ରାୟ ସବୁ ସଂଖ୍ୟା ବହୁଳ ଓଡ଼ିଆ ଖୁନ୍ଦାଖୁନ୍ଦି ହୋଇ  ରହିଆସୁଛନ୍ତି।

ବିଶେଷକରି କଳକାରଖାନା ବନ୍ଦ ଏବଂ ଲକ୍‌ଡାଉନ୍ ପାଇଁ ଏବେ ସମସ୍ତେ ଏଇ ଛୋଟିଆ ଛୋଟିଆ ଘରେ ଏକାଠି ରହୁଥିବାରୁ ଇଏ ବି ସଂକ୍ରମଣ ବ୍ୟାପିବାର ଏକ ବଡ଼ କାରଣ ବୋଲି କୁହାଯାଉଛି। ସବୁଠୁ ବଡ଼ କଥା ହେଉଛି ଏମିତି କରୋନା ପ୍ରବଣ ଅଞ୍ଚଳରୁ ଓଡ଼ିଶା ଫେରିବାରେ ଲାଗିଛନ୍ତି ପ୍ରବାସୀ । ଏବେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ପ୍ରବାସୀ ତ ଆସୁଛନ୍ତି । ହେଲେ ପୂର୍ବରୁ ସୁରତରୁ ଯେଉଁଭଳି ଢଙ୍ଗରେ ବସ୍‌ରେ ପ୍ରବାସୀ ଫେରିଲେ, ତାହାବି ସଂକ୍ରମଣ ବ୍ୟାପିବାର ଆଉ ଏକ କାରଣ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story