ଜଳିଗଲା ଟୁରିଷ୍ଟ ବସ୍

Ordigital Desk
  • Published: Saturday, 03 March 2018
  • , Updated: 03 March 2018, 10:17 AM IST
<p>ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଳିଗଲା ଟୁରିଷ୍ଟ ବସ୍। ବାଣୀବିହାର ପାଖ ସତ୍&zwnj;ସଙ୍ଗ ବିହାର ନିକଟରେ ଗତକାଲି ରାତିରେ ବସ୍&zwnj;ଟିକୁ ପାର୍କିଂ କରାଯାଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡ ବେଳେ ବସ୍&zwnj;ରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀ ନଥିଲେ। ଫଳରେ ବଡ଼ଧରଣର ଅଘଟଣରୁ ଟଳି ଯାଇଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।</p> <p>ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଟୁରିଷ୍ଟ ବସ୍ କେଉଁଠାରୁ ଆସିଥିଲା ଏବଂ ସତ୍&zwnj;ସଙ୍ଗ ବିହାର ପାଖରେ ଏହାକୁ କାହିଁକି ପାର୍କିଂ କରାଯାଇଥିଲା ତାହା ଜଣାପଡ଼ି ନାହିଁ। ବସ୍&zwnj;କୁ କେହି ଜାଳିଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ ଏହି ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛି।</p>

Related story