ମାଡ଼ ମାରି ଅତିଥିଙ୍କୁ ସମ୍ମାନ

ବାରିପଦା (ମାଣିକ ଲାଲ୍‌ ପାଣି): ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ‘ଅତିଥି ଦେବୋ ଭବଃ’ର ନାରା ଦେଉଛନ୍ତି। ବିଭିନ୍ନ ବିଜ୍ଞାପନରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀଙ୍କ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି। ତେବେ ‘ଅତିଥି ଦେବୋ ଭବଃ’ ବାସ୍ତବପକ୍ଷେ କେବଳ ଏକ ସ୍ଲୋଗାନରେ ସୀମିତ ହୋଇ ରହିଯାଇଛି। କାରଣ ଆଜି ରାଜ୍ୟରେ ପୁଣି ଥରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି। ଏହି ମାଡ଼ରୁ ମହିଳା ଓ ଶିଶୁ ମଧ୍ୟ ବର୍ତ୍ତି ନାହାନ୍ତି। […]

Tourists-from-West-Bengal-attacked-at-Sitakund-in-Similipal

Tourists-from-West-Bengal-attacked-at-Sitakund-in-Similipal

Manoranjan Sial
  • Published: Wednesday, 26 September 2018
  • Updated: 26 September 2018, 07:12 PM IST

Sports

Latest News

ବାରିପଦା (ମାଣିକ ଲାଲ୍‌ ପାଣି): ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ‘ଅତିଥି ଦେବୋ ଭବଃ’ର ନାରା ଦେଉଛନ୍ତି। ବିଭିନ୍ନ ବିଜ୍ଞାପନରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀଙ୍କ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି। ତେବେ ‘ଅତିଥି ଦେବୋ ଭବଃ’ ବାସ୍ତବପକ୍ଷେ କେବଳ ଏକ ସ୍ଲୋଗାନରେ ସୀମିତ ହୋଇ ରହିଯାଇଛି। କାରଣ ଆଜି ରାଜ୍ୟରେ ପୁଣି ଥରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି। ଏହି ମାଡ଼ରୁ ମହିଳା ଓ ଶିଶୁ ମଧ୍ୟ ବର୍ତ୍ତି ନାହାନ୍ତି।

ପୂରା ଘଟଣା ଏମିତି। ଆଜି ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରୁ କିଛି ପର୍ଯ୍ୟଟକ ସପରିବାରେ ବାରିପଦାର ଶିମିଳିପାଳ ସୀତାକୁଣ୍ଡକୁ ପିକ୍‌ନିକ୍‌ ପାଇଁ ଆସିଥିଲେ। ସୀତାକୁଣ୍ଡରେ ବୁଲାବୁଲି ସାରିବା ପରେ ସେମାନେ ରୋଷେଇ କରିଥିଲେ। ବର୍ଷା ଆଶଙ୍କା ଥିବାରୁ ଗାଡ଼ି ଭିତରେ ଖାଇବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ୩ରୁ ୪ଜଣ ଯୁବକ ସେଠାରେ ପହଞ୍ଚି ଅଶ୍ଲୀଳ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ।ପର୍ଯ୍ୟଟକମାନେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ସେମାନଙ୍କୁ ଧମକ ଚମକ ଦେଇଥିଲେ।

ଏହା ପରେ ପର୍ଯ୍ୟଟକମାନେ ଗାଡ଼ିରେ ଫେରୁଥିବାବେଳେ ବାରିପଦାର ପ୍ରବେଶ ପଥ ଅସ୍ତିଆ ଛକରେ ସଂପୃକ୍ତ ଯୁବକମାନେ ପୁଣି ଥରେ ସେମାନଙ୍କୁ ଅଟକାଇ ଯୁକ୍ତିତର୍କ କରିଥିଲେ। ପରେ ମାଡ଼ ମାଧ୍ୟ ମାରିଥିଲେ। ଯୁବକମାନଙ୍କ ଏହି ଆକ୍ରମଣରୁ ମହିଳା ଓ ଶିଶୁ ମଧ୍ୟ ବର୍ତ୍ତି ନଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏପରିକି ଗାଡ଼ି ଭିତରେ ଯାହା ପାଇଲେ, ସେସବୁକୁ ବାହାରକୁ ଫିଙ୍ଗି ଦେଇଥିଲେ।

ଏନେଇ ଟାଉନ୍‌ ଥାନାରେ ଅଭିଯୋଗ ହେବା ପରେ ବାରିପଦା ପୁଲିସ ଏନେଇ ମାମଲା ରୁଜୁ କରି ୧୨ ଜଣଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ, ବାରିପଦା ଟାଉନ୍‌ ଥାନା ଅଞ୍ଚଳରେ ଅନେକ ସମୟରେ ଶିମିଳିପାଳ ଯାଉଥିବା ବା ଫେରୁଥିବା ପର୍ଯ୍ୟଟକ ଏହିପରି ଆକ୍ରମଣର ଶିକାର ହେଉଥିବାର ନଜିର ରହିଛି। ଏପରି ଘଟଣା ବାରମ୍ୱାର ଘଟୁଥିଲେ ମଧ୍ୟ ପୁଲିସ, ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କେବଳ ଲୋକଦେଖାଣିଆ ଭାବେ ଅଟକ ରଖି ପରେ ଛାଡ଼ି ଦେଉଛି। ଯାହାଫଳରେ ସେମାନେ ପୁନର୍ବାର ପର୍ଯ୍ୟଟକଙ୍କୁ ଆକ୍ରମଣ କରିବାକୁ ସାହାସ କରୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos