ଭୁବନେଶ୍ୱରରେ ବସ୍‌ ଧକ୍କାରେ ଡାକ୍ତର ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ୍‌ ଥିଲେ। ତାଙ୍କ ନାଁ ବସନ୍ତ ରାଉତ। ସେ ଅନୁଗୋଳରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବସ୍ ଭଙ୍ଗାରୁଜା କରିଥିଲେ। ବସ୍‌ର ଡ୍ରାଇଭର ଓ ହେଲପର୍‌ ଫେରାର୍‌ ହୋଇଯାଇଛନ୍ତି। ପୁଲିସ ଶବକୁ ଉଦ୍ଧାର […]

accident

Rakesh Mallick
  • Published: Thursday, 02 August 2018
  • , Updated: 02 August 2018, 10:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଧକ୍କାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ସେ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ୍‌ ଥିଲେ। ତାଙ୍କ ନାଁ ବସନ୍ତ ରାଉତ। ସେ ଅନୁଗୋଳରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।

ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବସ୍ ଭଙ୍ଗାରୁଜା କରିଥିଲେ। ବସ୍‌ର ଡ୍ରାଇଭର ଓ ହେଲପର୍‌ ଫେରାର୍‌ ହୋଇଯାଇଛନ୍ତି।

ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍‌ପିଟାଲ୍ ପଠାଇଛି।

Related story