ମାର୍ଚ୍ଚ ସୁଦ୍ଧା ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇନ୍‌। ଗାଡିରେ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍‌ ଲାଗିବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଗାଡିର ଅବସ୍ଥିତି ନେଇ ଏହି ଟ୍ରାକିଂ ଡିଭାଇସ ସୂଚନା ଦେବ। କେବଳ ସେତିକି ନୁହେଁ ପାନିକ୍‌ ବଟନ୍‌ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। ଭୁବନେଶ୍ୱରରେ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌ ରହିବ। କୌଣସି ଦୁର୍ଘଟଣା ଘଟିଲେ […]

vehicles

vehicles

Madhupriya Mistry
  • Published: Thursday, 22 September 2022
  • Updated: 22 September 2022, 01:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ସବୁ ବଡ଼ ଗାଡିରେ ଲାଗିବ ଟ୍ରାକିଂ, ପାନିକ୍‌ ଡିଭାଇନ୍‌। ଗାଡିରେ ଲୋକେସନ୍‌ ଟ୍ରାକିଂ ଡିଭାଇସ୍‌ ଓ ପାନିକ ବଟନ୍‌ ଲାଗିବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଗାଡିର ଅବସ୍ଥିତି ନେଇ ଏହି ଟ୍ରାକିଂ ଡିଭାଇସ ସୂଚନା ଦେବ। କେବଳ ସେତିକି ନୁହେଁ ପାନିକ୍‌ ବଟନ୍‌ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। ଭୁବନେଶ୍ୱରରେ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍‌ ରହିବ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଯଦି ଅସୁବିଧା ହୁଏ, ତେବେ ଯାତ୍ରୀ ପାନିକ୍‌ ବଟନ୍‌ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍‌କୁ ଜଣାପଡିଯିବ।

୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍‌ ଲଗାଇବାକୁ ଚାଲକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos