ଟ୍ରାକ୍ଟର ଚାପାରେ ଦୁଇ ମହିଳା ମୃତ

ନୟାଗଡ: ନୟାଗଡ ଜିଲ୍ଲା କଇଥଗଢିଆ ଗାଁରେ ଟ୍ରାକ୍ଟର ଚପାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଇଥଗଢିଆ ଗାଁର ସାବତ୍ରୀ ପ୍ରଧାନ ଓ ଲାବଣ୍ୟ ବେୱା। ଏହି ମହିଳାମାନ ନିକଟସ୍ଥ ଅଙ୍ଗନୱାଡିକୁ ଦୁଇ ଶିଶୁକୁ ଧରି ଯାଉଥିବାବେଳେ ଏହି ଦୂର୍ଘଟଣା ଘଟିଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଠିକ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ମୃତଶରୀରକୁ ଧରି ପରିବାରବର୍ଗ  କ୍ଷତିପୂରଣ ଦାବି କରିଛନ୍ତି। ତେବେ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି […]

accident in nayagarh

Rakesh Mallick
  • Published: Friday, 08 May 2015
  • , Updated: 08 May 2015, 06:20 AM IST

ନୟାଗଡ: ନୟାଗଡ ଜିଲ୍ଲା କଇଥଗଢିଆ ଗାଁରେ ଟ୍ରାକ୍ଟର ଚପାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କଇଥଗଢିଆ ଗାଁର ସାବତ୍ରୀ ପ୍ରଧାନ ଓ ଲାବଣ୍ୟ ବେୱା। ଏହି ମହିଳାମାନ ନିକଟସ୍ଥ ଅଙ୍ଗନୱାଡିକୁ ଦୁଇ ଶିଶୁକୁ ଧରି ଯାଉଥିବାବେଳେ ଏହି ଦୂର୍ଘଟଣା ଘଟିଥିଲା। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଠିକ ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ମୃତଶରୀରକୁ ଧରି ପରିବାରବର୍ଗ  କ୍ଷତିପୂରଣ ଦାବି କରିଛନ୍ତି। ତେବେ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏହି ଘଟଣାପରେ ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ ନୟାଗଡ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Related story