ମନ କିଣିନେଲେ କନଷ୍ଟେବଳ ପ୍ରିୟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସର ନାରା ହେଉଛି ଉଇ କେୟାର, ଉଇ ଡେୟାର। ଆଉ ଏହି ସିଦ୍ଧାନ୍ତର ବାସ୍ତବତା ହିଁ ଲେଡି ଟ୍ରାଫିକ୍‌ କନଷ୍ଟେବଳ ପ୍ରିୟଙ୍କା ବରୁଆଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଡ୍ୟୁଟି ସମୟରେ ମାନବିତା ଭୁଲିନଥିଲେ ପ୍ରିୟଙ୍କା। ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ମହିଳାଙ୍କ ଗୋଡ଼କୁ ବ୍ୟାଣ୍ଡେଜ୍ କରି ପ୍ରଶଂସନୀୟ ହୋଇପାରିଛନ୍ତି ସେ । ଆଜି ଭୁବନେଶ୍ୱରର ଜାଭିୟର ସ୍କୟାରରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ ସ୍କୁଟିରେ […]

7bn-11

Tapas Behera
  • Published: Thursday, 19 November 2020
  • , Updated: 19 November 2020, 04:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କମିଶନରେଟ ପୁଲିସର ନାରା ହେଉଛି ଉଇ କେୟାର, ଉଇ ଡେୟାର। ଆଉ ଏହି ସିଦ୍ଧାନ୍ତର ବାସ୍ତବତା ହିଁ ଲେଡି ଟ୍ରାଫିକ୍‌ କନଷ୍ଟେବଳ ପ୍ରିୟଙ୍କା ବରୁଆଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଡ୍ୟୁଟି ସମୟରେ ମାନବିତା ଭୁଲିନଥିଲେ ପ୍ରିୟଙ୍କା। ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ମହିଳାଙ୍କ ଗୋଡ଼କୁ ବ୍ୟାଣ୍ଡେଜ୍ କରି ପ୍ରଶଂସନୀୟ ହୋଇପାରିଛନ୍ତି ସେ । ଆଜି ଭୁବନେଶ୍ୱରର ଜାଭିୟର ସ୍କୟାରରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ କୌଣସି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ଦେଖି ସେଠାରେ କାର୍ଯ୍ୟରତ ଥିବା ପ୍ରିୟଙ୍କା ଧାଇଁ ଆସିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ତାଙ୍କର ସେବା କରିଥିଲେ।

ମହିଳା ଜଣକର ଗୋଡ଼ରେ ଆଘାତ ଲାଗିଥିବା ବେଳେ ତାଙ୍କ ଗୋଡ଼କୁ ବ୍ୟାଣ୍ଡେଜ କରିଦେଇଥିଲେ ପ୍ରିୟଙ୍କା । ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି ଏହି ଦୃଶ୍ୟ। କିଏ ତାଙ୍କୁ ସାବାସି ଦେଉଛିତ ପୁଣି କିଏ ସଲାମ କରୁଛି। ପ୍ରିୟଙ୍କାଙ୍କ ଏହି ମାନବିକତା ପାଇଁ ପୁଲିସ କମିଶନର ସୁଧାଂଶୁ ଷଡ଼ଡ଼ୀ ତାଙ୍କୁ ପ୍ରଶଂସା କରିଛନ୍ତି।

Related story