ହାରିଗଲେ ଦ୍ୱିତୀୟ ଭଗବାନ, ବ୍ୟବସ୍ଥା ଭିତରେ ବୁଲି ବୁଲି ଚାଲିଗଲା ପ୍ରାଣ, ଶୁଣନ୍ତୁ ମା ଓ ଝିଅଙ୍କ କୋହଭରା କାହାଣୀ
କଟକ:(ଓଡ଼ିଶା ରିପୋର୍ଟର) ହାରିଗଲେ ଦ୍ୱିତୀୟ ଭଗବାନ । କଟକର କରୁଣ କାହାଣୀ।  ଯିଏ ଦିନେ ଶହ ଶହ ଲୋକଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ, ତାଙ୍କ ବେଳକୁ କିନ୍ତୁ ସମସ୍ତେ ନିରବ। ମୃତ୍ୟୁ ସହ ସଂଗ୍ରାମ କରୁଥିବା ଡାକ୍ତର ସ୍ୱାମୀଙ୍କୁ ମେଡ଼ିକାଲ ନେବାକୁ ଆମ୍ବୁଲାନ୍ସରୁ ଅଟୋ ପର୍ଯ୍ୟନ୍ତ ସହାୟତା ମାଗିଥିଲେ ପତ୍ନୀ । କିନ୍ତୁ କେହି ବି ବଢ଼ାଇଲେନି ସହାୟତାର ହାତ । ଶେଷରେ ମାତ୍ର କେଇ ମିନିଟରେ ଜୀବନ ଯୁଦ୍ଧରେ ହାରିଗଲେ କଟକର ପ୍ରତିଷ୍ଠିତ ହୋମିଓପାଥୀ ଡାକ୍ତର ଏମ୍.ଏସ୍.ଓଝା ।
ସହର ବଡ଼ ହେଲେ ହୃଦୟ ଛୋଟ। ଛାତି ଥରାଇଦେଲା ଭଳି ଘଟଣା । ମାନବିକତାକୁ ଦୋହଲାଇ ଦେଲା ଭଳି ଅବ୍ୟବସ୍ଥାର ଚରମ ନିଦର୍ଶନ ।  ମୃତ୍ୟୁ ସହ ସଂଗ୍ରାମ କରୁଥିବା ସ୍ୱାମୀଙ୍କୁ  ମେଡ଼ିକାଲ ନେବାକୁ ଟିକଟ ଖଣ୍ଡେ ପାଇଁ ପ୍ରିପେଡ୍ ଅଟୋ କାଉଣ୍ଟରରେ ପତ୍ନୀ କରୁଥିଲେ ଆକୁଳ ନିବେଦନ। ସୋମବାର ରାତି ପ୍ରାୟ ଗୋଟାଏରେ କଟକ ରେଳଷ୍ଟେସନ୍ ନିକଟ ପ୍ରିପେଡ୍ ଅଟୋ କାଉଣ୍ଟର ପାଖରେ ଏମିତି ଥିଲା ଦୃଶ୍ୟ।  ଜଣାଶୁଣା ହୋମିଓପାଥୀ ଡାକ୍ତର ଏମ୍.ଏସ୍. ଓଝାଙ୍କୁ ମୃତ୍ୟୁମୁଖରୁ  ବଞ୍ଚାଇବା ପାଇଁ ଅଟୋରେ ମେଡ଼ିକାଲ ନେବାକୁ ପ୍ରି-ପେଡ୍ ଅଟୋ କାଉଣ୍ଟରରେ ପହଞ୍ଚିଥିଲେ ପତ୍ନୀ ରାଜଶ୍ରୀ।  କିନ୍ତୁ ତରବରିଆ ଭାବେ ଘରୁ ବାହାରି ଆସିଥିବାରୁ ଟଙ୍କା ଆଣି ପାରି ନ ଥିଲେ ରାଜଶ୍ରୀ। ତଥାପି ଟିକେଟ ଖଣ୍ଡେ ମାଗିଥିଲେ।   କିନ୍ତୁ ବିନା ଟଙ୍କାରେ ଟିକେଟ ଦିଆଯିବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ କାଉଣ୍ଟରରେ ଡ୍ୟୁଟିରେ ଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ନାମକ ଜଣେ ଜିଆରପି କନଷ୍ଟେବଳ। ଯେତେ ନେହୁରା ହେଲା ପରେ ବି କେହି ଶୁଣିଲେନି।  ଆଉ ଶେଷରେ ଅନ୍ୟ ଜଣେ ଅଟୋ ଚାଳକ ଶହେ ଟଙ୍କା ଦେବାରୁ ସେଥିରେ ଟିକଟ କାଟି ଅଟୋ ଧରି ଘରେ ପହଞ୍ଚିଥିଲେ ରାଜଶ୍ରୀ।  ସେତେବେଳକୁ କିନ୍ତୁ ଡାକ୍ତର ଓଝା ଆଖିବୁଜି ସାରିଥିଲେ।
କେବଳ ପ୍ରି-ପେଡ୍ ଅଟୋ କାଉଣ୍ଟରରେ ଯେ ଏଭଳି ଅବହେଳା କରାଯାଇଥିଲା ତାନୁହେଁ , ତାପୂର୍ବରୁ ୧୦୮ ଆମ୍ବୁଲାନସ ମଧ୍ୟ ଧୋକ୍କା ଦେଇଥିଲା।  ଏହାପରେ ପ୍ରି-ପେଡ୍ ଅଟୋ କାଉଣ୍ଟରରେ ଅବହେଳା କରାଯିବାରୁ ୩୦ରୁ ୪୦ ମିନିନିଟ୍ ବିତିଯାଇଥିବାରୁ ବାପାଙ୍କୁ ଆଉ ବଞ୍ଚାଇ ହେଲାନି ବୋଲି କହିଛନ୍ତି ଡାକ୍ତର ଓଝାଙ୍କ ଝିଅ ଶ୍ରଦ୍ଧାସ୍ ପ୍ରିୟା । ଏନେଇ ପରିବାର ଲୋକ ଏବଂ ଷ୍ଟେସନ୍ ବଜାର ପୂଜା କମିଟି ପକ୍ଷରୁ ଜିଆରପି ଥାନାରେ ଏତଲା ଦିଆଯାଇଛି । ଘଟଣାର ତଦନ୍ତ କରାଯାଇ ସଂପୃକ୍ତ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଆରପି ଥାନା ଅଧିକାରୀ।
https://youtu.be/5OPqfEeB48k
Ordigital Desk
• Published: Wednesday, 03 January 2018
• Updated: 03 January 2018, 08:23 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos