ଆଣ୍ଠୁଏ ଆଣ୍ଠୁଏ ପାଣି ଓ କାଦୁଅରେ ପଶି ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଏବେ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଛି। ଏଥର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପ୍ରାରମ୍ଭରୁ ହିଁ ବିଭ୍ରାଟ ଦେଖାଯାଇଥିଲା। ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା ଓଡ଼ିଆ ଓ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗତ ରବିବାର ମାଲକାନଗିରିର ଏକ ସ୍କୁଲ୍‌ରୁ ଗଣିତର ୧୦୮ଟି ଓଏମ୍‌ଆର୍‌ ଶୀଟ୍ ଗାଏବ ହୋଇଯାଇଥିବା ଖବର ଆସିଛି। ଏହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ସରକାର ହରଡ଼ଘଣାରେ ପଡ଼ିଛନ୍ତି। […]

school1

school1

Jitendra Garnayak
  • Published: Tuesday, 05 March 2019
  • Updated: 05 March 2019, 01:04 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଏବେ ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଚାଲିଛି। ଏଥର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପ୍ରାରମ୍ଭରୁ ହିଁ ବିଭ୍ରାଟ ଦେଖାଯାଇଥିଲା। ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା ଓଡ଼ିଆ ଓ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଗତ ରବିବାର ମାଲକାନଗିରିର ଏକ ସ୍କୁଲ୍‌ରୁ ଗଣିତର ୧୦୮ଟି ଓଏମ୍‌ଆର୍‌ ଶୀଟ୍ ଗାଏବ ହୋଇଯାଇଥିବା ଖବର ଆସିଛି। ଏହାକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଓ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ତେବେ ଆମେ ଆଉଏକ ଖବର ବିଷୟରେ ଆପଣଙ୍କୁ ଜଣାଉଛୁ, ଯାହା ହୁଏତ ରାଜ୍ୟ ସରକାରଙ୍କୁ ଲଜ୍ଜିତ କରିପାରେ।

ମ୍ୟାଟ୍ରିକ୍ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀମାନେ କାଦୁଅ ଓ ଆଣ୍ଠୁଏ ଆଣ୍ଠୁଏ ପାଣିରେ ପଶି ଯାଉଛନ୍ତି। କାରଣ ନଦୀ ଉପରେ ପୋଲଟିଏ ନାହିଁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉପକୂଳ ଓଡ଼ିଶାର ଅନ୍ୟତମ ପ୍ରଭାବଶାଳୀ ଓ ସଚେତନ ଜିଲ୍ଲା କେନ୍ଦ୍ରାପଡ଼ାର ଆଳି ବ୍ଲକ୍‌ ଅଂଚଳରେ।

school23ଏହି ବ୍ଳକର ଏକମାଣିଆ, ଡାଖିଣଡ଼ିଆ ଓ ନଳପାହି ଗାଁର ମ୍ୟାଟ୍ରିକ ପରୀକ୍ଷାର୍ଥୀମାନେ ରାଜନଗର ବ୍ଲକ୍‌ର କେରେଡ଼ାଗଡ଼ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଛନ୍ତି। ହେଲେ ପରୀକ୍ଷା ଦେବାକୁ ଯିବା ବେଳେ ବାହ୍ମଣୀ ନଦୀ ବାଧକ ସାଜିଛି। ନଦୀରେ ପୋଲ ନ ଥିବାରୁ କାଦୁଅ ଓ ପାଣିରେ ପଶି ସେମାନେ ପରୀକ୍ଷା ଦେବାକୁ ଯାଉଛନ୍ତି। ନଦୀ ପାର ହେବା ବେଳେ କୁମ୍ଭୀର ଆକ୍ରମଣ କରିବାର ଭୟ ଥିଲେ ହେଁ, ସେମାନେ ବାଧ୍ୟ ହୋଇ ଯାଉଛନ୍ତି। କୁମ୍ଭୀରକୁ ଖାତିର ନ କରି ପାଣି, କାଦୁଅରେ ପଶି ନଦୀ ପାର ହେବାକୁ ବାଧ୍ୟ ହେଉଛନ୍ତି। ଅଭିଭାବକଙ୍କ ପାଖରେ ମଧ୍ୟ ଆଉକିଛି ଚାରା ନାହିଁ।

school1ଅର୍ଚ୍ଚନା ବେହେରା ନାମକ ଜଣେ ଛାତ୍ରୀ କହିଛନ୍ତି- “ପାଣି କାଦୁଆରେ ପଶି ପରୀକ୍ଷା ଦେବାକୁ ଯାଉଛୁ। ପାଣିରେ ଆମ ଡ୍ରେସ୍‌ ଓଦା ହୋଇଯାଉଛି। ସେହି ଓଦା ଡ୍ରେସ୍‌ ପିନ୍ଧି ପରୀକ୍ଷା ଦେଉଛୁ। ଏଥିଯୋଗୁ ଆମ ଦେହ ମଧ୍ୟ ଖରାପ ହେଉଛି। ନଈରେ କୁମ୍ଭୀର ଅଛନ୍ତି। ସେଥିପାଇଁ ମଧ୍ୟ ଆମକୁ ଭୟ ଲାଗୁଛି। ପୋଲଟିଏ କରିଦେଲେ ଆମେ ଉପକୃତ ହେବୁ। ଗାଁ ସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ବି ଆମେ ଦାବି କରୁଛୁ।”

school2ନଦୀରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଛନ୍ତି। ହେଲେ କୌଣସି ସୁଫଳ ମିଳି ନାହିଁ। ଜଣେ ପରୀକ୍ଷାର୍ଥୀଙ୍କ ବାପା ଅଞ୍ଜନ ରାଉତ କହିଛନ୍ତି- “ପିଲାମାନେ ପାଣିରେ ପଶି ପରୀକ୍ଷା ଦେବାକୁ ଯାଉଛନ୍ତି। ଏଥିପାଇଁ ପିଲାମାନଙ୍କ ସହ ସମସ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପୋଲଟିଏ ହେବ ବୋଲି ନେତାମାନେ କହୁଛନ୍ତି, ହେଲେ କିଛି ହେଉନି।”

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ କହିଛନ୍ତି- “ଘଟଣାକୁ ଗୁରୁତର ସହ ନେଇଛି। ଛାତ୍ରଛାତ୍ରୀଙ୍କ ସୁବିଧା କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos