ଟ୍ରେନ୍‌ ଚକା ତଳେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଜଳେଶ୍ୱର (ଅଜିତ ଦାସ): ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରୁଥିବା ବେଳେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ରୂପ୍‌ସା ରେଳ ଷ୍ଟେସନ୍‌ ନିକଟସ୍ଥ ଲେଭେଲ୍‌କ୍ରସିଂରେ ଘଟିଛି। ମୃତ ବାପ-ପୁଅଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଅନୁମାନ କରାଯାଉଛି। ପଟ ରାଜୁଙ୍କ ପରିବାର ଦୀର୍ଘ ଦିନ ଧରି ରୂପ୍‌ସା ରେଳ ଷ୍ଟେସନ୍‌ ନିକଟରେ ଅସ୍ଥାୟୀ ଭାବେ ରହିଆସୁ ଥିଲେ। କାମଦାମ କରି ସେମାନେ ପରିବାର ଭରଣ ପୋଷଣ କରୁଥିଲେ। ଆଜି […]

satabdi-express

Manoranjan Sial
  • Published: Saturday, 19 January 2019
  • , Updated: 19 January 2019, 05:28 PM IST

ଜଳେଶ୍ୱର (ଅଜିତ ଦାସ): ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରୁଥିବା ବେଳେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ରୂପ୍‌ସା ରେଳ ଷ୍ଟେସନ୍‌ ନିକଟସ୍ଥ ଲେଭେଲ୍‌କ୍ରସିଂରେ ଘଟିଛି। ମୃତ ବାପ-ପୁଅଙ୍କ ଘର ଯାଜପୁର ଅଞ୍ଚଳରେ ବୋଲି ଅନୁମାନ କରାଯାଉଛି।
ପଟ ରାଜୁଙ୍କ ପରିବାର ଦୀର୍ଘ ଦିନ ଧରି ରୂପ୍‌ସା ରେଳ ଷ୍ଟେସନ୍‌ ନିକଟରେ ଅସ୍ଥାୟୀ ଭାବେ ରହିଆସୁ ଥିଲେ। କାମଦାମ କରି ସେମାନେ ପରିବାର ଭରଣ ପୋଷଣ କରୁଥିଲେ। ଆଜି ଅପରାହ୍ନ ୨ଟା ବେଳେ ପାର୍ଥ ଓ ତାଙ୍କ ୪ ବର୍ଷର ପୁଅ ପୂର୍ବ ରାଜୁ ରୂପସା ରେଳ ଷ୍ଟେସନ୍‌ ନିକଟସ୍ଥ ଲେଭେଲ୍‌ କ୍ରସିଂ ଅତିକ୍ରମ କରୁଥିବା ବେଳେ ଦୂରନ୍ତ ଏକ୍ସପ୍ରେସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ମୁଖରୁ ପଟଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛି।

ରେଲୱେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବାଲେଶ୍ୱର ନେଇ ଆସିଛି।

Related story