ଇଞ୍ଜିନ ଛାଡ଼ି ୱାଗନ ଛୁ, ଜାଣନ୍ତୁ କେତେ ବାଟ ପଳାଇଲା

ସୋର(ଓଡ଼ିଶା ରିପୋର୍ଟର):  ୱାଗନ ଛାଡ଼ି ପଳାଇଲା ଟ୍ରେନ୍‌। ଟିଟିଲାଗଡ଼ ପରେ ବାଲେଶ୍ୱର। ଇଞ୍ଜିନରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ।  ୬୦ ୱାଗନ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା।  ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ୍‌ ୫ଟି ୱାଗନ ଅଚାନକ ଖସି ଯାଇଥିଲା। ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍‌ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ […]

train soro

Rakesh Mallick
  • Published: Sunday, 15 April 2018
  • , Updated: 15 April 2018, 09:48 AM IST

ସୋର(ଓଡ଼ିଶା ରିପୋର୍ଟର):  ୱାଗନ ଛାଡ଼ି ପଳାଇଲା ଟ୍ରେନ୍‌। ଟିଟିଲାଗଡ଼ ପରେ ବାଲେଶ୍ୱର। ଇଞ୍ଜିନରୁ ବାହାରି ଅଧାବାଟରେ ରହିଗଲା ମାଲବାହୀ ରେଳ ଗାଡି ୱାଗନ।  ୬୦ ୱାଗନ ବିଶିଷ୍ଟ ଏକ ମାଲବାହୀ ଟ୍ରେନ୍ ଭଦ୍ରକ ଧାମରାରୁ ଟାଟା ଅଭିମୁଖେ ଯାଉଥିଲା।  ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଯାଉଥିବା ବେଳେ ହଠାତ୍‌ ୫ଟି ୱାଗନ ଅଚାନକ ଖସି ଯାଇଥିଲା। ଫଳରେ ଇଞ୍ଜିନ ସହ ବାକି ୫୫ଟି ୱାଗନ୍‌ ୨ କିଲୋମିଟର ପର୍ଯ୍ୟନ୍ତ ଯାଇ ଖନ୍ତାପଡା ଷ୍ଟେସନ ନିକଟରେ ଅଟକି ରହିଥିଲା। ବାହାନଗାରୁ ଆଉ ଏକ ରେଳ ଇଞ୍ଜିନ ଯାଇ ଟ୍ରେନ୍‌ ଲାଇନ୍‌ରେ ଅଟକି ରହିଥିବା ବାକି ୱାଗନକୁ ନେଇ ସମ୍ପୃକ୍ତ ମାଲବାହୀ ଟ୍ରେନରେ ଯୋଡାଯାଇଥିଲା।

ସୂଚନାଯୋଗ୍ୟ ଗତ ଏପ୍ରିଲ ୭ ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ ଇଞ୍ଜିନ ଛାଡ଼ି ୧୫ କିଲୋମିଟର ଗଡ଼ିଥିଲା ପୁରୀ-ଅହମ୍ମଦାବାଦ୍‌ ଏକ୍ସପ୍ରେସ୍‌। ଟ୍ରେନ୍‌ଟି ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ ଷ୍ଟେସନ୍‌ରେ ପହଞ୍ଚିବା ପରେ ଏଠାରେ ଇଞ୍ଜିନ ବଦଳା ଯାଉଥିଲା। ହେଲେ ଅସାବଧାନତା ଯୋଗୁଁ ହଠାତ୍‌ ବଗି ଗୁଡ଼ିକ ଗଡ଼ି ଯାଇଥିଲା। ପାଖାପାଖି ୧୫ କିଲୋମିଟର ଗଡ଼ି ଯାଇଥିଲା। ଏହି ସମୟରେ ବଗିରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଶେଷରେ କେସିଙ୍ଗାଠାରେ ବଗି ଗୁଡ଼ିକୁ ଅଟକା ଯାଇଥିଲା।

Related story