ବର୍ଷା ଯୋଗୁ ଏହିସବୁ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁ ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ୍‌ ମଧ୍ୟରେ ଟ୍ରାକ୍‌ ଓ ବ୍ରିଜ୍‌ ଧୋଇଯାଇଛି। ତେଣୁ ଏହି ରୁଟ୍‌ରେ ବହୁ ଟ୍ରେନ୍ ବାତିଲ୍‌ ହୋଇଥିବା ବେଳେ ଅନେକ ଟ୍ରେନ୍‌ର ଗତିପଥ ବଦଳା ଯାଇଛି। ରେଳ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର-କୋରାପୁଟ, ଜୁନାଗଡ଼-ଲାଞ୍ଜିଗଡ଼ ପାସେଞ୍ଜର୍‌, ସମ୍ବଲପୁର-ଜୁନାଗଡ଼, ରାୟପୁର-କେସିଙ୍ଗା ପାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ ହୋଇଛି। ସେହିପରି ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍‌, ଜଗଦଲ୍‌ପୁର ଦୁର୍ଗ୍‌ ଏକ୍ସପ୍ରେସ୍‌, ସମ୍ବଲପୁର-ବାଂଶୱାଡ଼ି (ବେଙ୍ଗଲୁରୁ) ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ୍‌ କରାଯାଇଛି। କୋରାପୁଟ-ରାଉରକେଲା, […]

download

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 08:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଯୋଗୁ ଟିଟିଲାଗଡ଼-ରାୟଗଡ଼ା ଓ ରାୟଗଡ଼ା-କୋରାପୁଟ ରେଲୱେ ସେକ୍ସନ୍‌ ମଧ୍ୟରେ ଟ୍ରାକ୍‌ ଓ ବ୍ରିଜ୍‌ ଧୋଇଯାଇଛି। ତେଣୁ ଏହି ରୁଟ୍‌ରେ ବହୁ ଟ୍ରେନ୍ ବାତିଲ୍‌ ହୋଇଥିବା ବେଳେ ଅନେକ ଟ୍ରେନ୍‌ର ଗତିପଥ ବଦଳା ଯାଇଛି।

ରେଳ ବିଭାଗର ସୂଚନା ଅନୁସାରେ, ସମ୍ବଲପୁର-କୋରାପୁଟ, ଜୁନାଗଡ଼-ଲାଞ୍ଜିଗଡ଼ ପାସେଞ୍ଜର୍‌, ସମ୍ବଲପୁର-ଜୁନାଗଡ଼, ରାୟପୁର-କେସିଙ୍ଗା ପାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ ହୋଇଛି। ସେହିପରି ରାୟଗଡ଼ା-ସମ୍ବଲପୁର ଏକ୍ସପ୍ରେସ୍‌, ଜଗଦଲ୍‌ପୁର ଦୁର୍ଗ୍‌ ଏକ୍ସପ୍ରେସ୍‌, ସମ୍ବଲପୁର-ବାଂଶୱାଡ଼ି (ବେଙ୍ଗଲୁରୁ) ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ୍‌ କରାଯାଇଛି।

କୋରାପୁଟ-ରାଉରକେଲା, ବିଶାଖାପାଟଣା- ଦୁର୍ଗ୍‌ ପାସେଞ୍ଜର୍‌, ଦୁର୍ଗ୍‌-ବିଶାଖାପାଟଣା ଓ ବିଶାଖାପାଟଣା-ରାୟପୁର ପାସେଞ୍ଜର୍‌ ଟ୍ରେନ୍‌ ବାତିଲ୍‌ ହୋଇଛି। ସେହିପରି ସମ୍ବଲପୁର-କୋରାପୁଟ, ସମ୍ବଲପୁର-ଜୁନାଗଡ଼ ପାସେଞ୍ଜର୍‌, କୋର୍ବା-ବିଶାଖାପାଟଣା ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ ହୋଇଛି। ଧାନବାଦ୍‌-ଆଲେପି ଏକ୍ସପ୍ରେସ୍‌ ସମ୍ବଲପୁର-ଅନୁଗୋଳ-ଖୋର୍ଦ୍ଧା ରୁଟ୍‌ ଦେଇ ଯିବ।

୯ଟି ଟ୍ରେନ୍‌ ଆଶିଂକ ବାତିଲ ହୋଇଥିବା ବେଳେ ୪ଟି ଟ୍ରେନର ଗତିପଥ ପରିବର୍ତ୍ତିତ ହୋଇଛି।

Related story