ଯାଜପୁର (ଗୁଲାମ ଗସ୍): ବହୁଦିନର ପ୍ରତୀକ୍ଷା ପରେ ଯାଜପୁର ହରିଦାସପୁର-କେନ୍ଦ୍ରାପଡ଼ା ମଧ୍ୟରେ ଗଡ଼ିଲା ଟ୍ରେନ୍ ଇଞ୍ଜିନ୍। ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନକୁ ଚଲା ଯାଇଛି।
ଆଜି ସକାଳ ୯ଟାରେ ହରିଦାସପୁର ଷ୍ଟେସନରୁ ଏକ ରେଳ ଇଞ୍ଜିନ୍ କେନ୍ଦ୍ରାପଡ଼ା ଜିଲ୍ଲା ବାଜପୁର ପର୍ଯ୍ୟନ୍ତ ବାହାରିଥିଲା। ବିଶେଷ କରି ନୂତନ ରେଳ ଲାଇନ ଓ ବିଦ୍ୟୁତ୍ ସରବରାହ ଯାଞ୍ଚ କରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି ଇଞ୍ଜିନ୍ ଚଲାଯାଇଥିବା ଜଣାପଡ଼ିଛି। ଏହି ସମୟରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଏଥିଯୋଗୁ ଖୁବ୍ଶୀଘ୍ର ହରିଦାସପୁର ଓ କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ୍ ଚାଲିବା ନେଇ ଆଶା ଉଜ୍ଜ୍ୱଳ ହୋଇଛି।