ଗାଇଡଲାଇନ୍‌ ଅନୁଯାୟୀ ଆଜିଠୁ ଆରମ୍ଭ ହେଲା ଟ୍ରେନ୍ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚାଲୁଛି । ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚାଲୁଛି । ଆଜି ସକାଳେ ପ୍ରଥମ ଟ୍ରେନ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଛି । ଟ୍ରେନ୍ ଯାତ୍ରାର ଗାଇଡଲାଇନ୍‌ ଅନୁଯାୟୀ,  ଯାତ୍ରୀଙ୍କ ପାଇଁ ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ ଲକ୍ଷଣ ବିହୀନ ଯାତ୍ରୀ ହିଁ ଟ୍ରେନ୍ […]

train-1-1

train-1-1

Niharika Rout
  • Published: Monday, 01 June 2020
  • Updated: 01 June 2020, 09:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଆଜି ୨ ଶହ ଟ୍ରେନ୍ ଚାଲୁଛି । ଏଥି ମଧ୍ୟରୁ ଓଡ଼ିଶାରେ ୧୨ ଯୋଡ଼ା ଟ୍ରେନ୍ ଚାଲୁଛି ।

ଆଜି ସକାଳେ ପ୍ରଥମ ଟ୍ରେନ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାତ୍ରା କରିଛି । ଟ୍ରେନ୍ ଯାତ୍ରାର ଗାଇଡଲାଇନ୍‌ ଅନୁଯାୟୀ,  ଯାତ୍ରୀଙ୍କ ପାଇଁ ମାସ୍କ ଓ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କେବଳ ଲକ୍ଷଣ ବିହୀନ ଯାତ୍ରୀ ହିଁ ଟ୍ରେନ୍ ଯାତ୍ରା କରିପାରିବେ । ପୂର୍ବରୁ ଚାଲିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଏବଂ  ସ୍ପେଶାଲ ଏସି ଟ୍ରେନ ସହ ଏସବୁ ଟ୍ରେନ୍ ଆଜିଠାରୁ ଚଳାଚଳ ଆରମ୍ଭ କରିଛି।

ସାରା ଭାରତବର୍ଷରେ ପ୍ରଥମ ଦିନରେ ୧ ଲକ୍ଷ ୪୫ ହଜାରରୁ ଅଧିକ ଯାତ୍ରୀ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ନେଇ ସୂଚନା ମିଳିଛି । ଜୁନ ୧ରୁ ୩୦ ତାରିଖ ମଧ୍ୟରେ ହାରାହାରି ୨୬ ଲକ୍ଷ ଯାତ୍ରୀ ଆଡଭାନ୍ସ ରିଜର୍ଭସେନ କରିଛନ୍ତି । ପାସେଞ୍ଜରମାନଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି । କେବଳ ଟିକେଟ କନଫର୍ମ ହୋଇଥିବା ଯାତ୍ରୀ କିମ୍ବା ଆରଏସି ଯାତ୍ରୀଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ଦିଆଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos