ବେକସାରା ସୁନା ଭଳି ହାର, ଲୁଟ୍‌ କରୁଥିଲା ଫୋନ, ବ୍ୟାଗ, ଆଉ ଧରାପଡ଼ିବା ପରେ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜିଆରପି କବଜାରେ ଅଭିନବ ଉପାୟରେ ଲୁଟ୍ କରୁଥିବା ଲୁଟେରା।  କେହି ଯେମିତି ଚୋର ବୋଲି ସନ୍ଦେହ ନକରିବେ, ସେଥିପାଇଁ ଇମିଟେସନ ପିନ୍ଧି କରୁଥିଲା ଚୋରି ।  ଟ୍ରେନ ଯାତ୍ରୀଙ୍କଠାରୁ ଲୁଟ୍ କରୁଥିବା ବେଳେ ଧରାପଡିବା ପରେ ଖୋଲିଛି ଗୁମର।  ଖାଲି ସେତିକି ନୁହେଁ, ପୁଲିସକୁ ଫସାଇବା ପାଇଁ ହାଇଡ୍ରାମ କରିଛି ଲୁଟେରା ।  ମୁଣ୍ଡରେ ବୋତଲ ବାଡେଇ ମୁଣ୍ଡ ଫଟାଇବାକୁ  ଉଦ୍ୟମ କରିଛି । ଆଉ  ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବେକରେ ଜାଗା […]

479

Tapas Behera
  • Published: Saturday, 06 July 2019
  • , Updated: 06 July 2019, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଜିଆରପି କବଜାରେ ଅଭିନବ ଉପାୟରେ ଲୁଟ୍ କରୁଥିବା ଲୁଟେରା।  କେହି ଯେମିତି ଚୋର ବୋଲି ସନ୍ଦେହ ନକରିବେ, ସେଥିପାଇଁ ଇମିଟେସନ ପିନ୍ଧି କରୁଥିଲା ଚୋରି ।  ଟ୍ରେନ ଯାତ୍ରୀଙ୍କଠାରୁ ଲୁଟ୍ କରୁଥିବା ବେଳେ ଧରାପଡିବା ପରେ ଖୋଲିଛି ଗୁମର।  ଖାଲି ସେତିକି ନୁହେଁ, ପୁଲିସକୁ ଫସାଇବା ପାଇଁ ହାଇଡ୍ରାମ କରିଛି ଲୁଟେରା ।  ମୁଣ୍ଡରେ ବୋତଲ ବାଡେଇ ମୁଣ୍ଡ ଫଟାଇବାକୁ  ଉଦ୍ୟମ କରିଛି । ଆଉ  ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ବେକରେ ଜାଗା ନାହିଁ । ହେଲେ  ହାର ଉପରେ ପଡିଛି ହାର । ସୌକ ପାଇଁ ନୁହେଁ, ବରଂ ବେକରେ ପକାଇବା ପଛରେ ରହିଛି ମନ୍ଦ ଉଦ୍ଦେଶ୍ୟ।  ବେକରେ, ହାତରେ ପିନ୍ଧିଥିବା ପୁଳାପୁଳା  ଚେନ, ମୁଦି, ଲକେଟ ଦେଖିବାକୁ ସୁନାଭଳି ।  ହେଲେ  ଏସବୁ ସୁନା ନୁହେଁ। ବରଂ ଇମିଟେସନ୍ ।  ପ୍ରଶ୍ନ ଉଠୁଛି ନକଲି ସୁନା ପିନ୍ଧି ଏପରି ବେଶ ପକାଇବା ପଛରେ ରହସ୍ୟ କ’ଣ।  ହେଲେ ଏହାର ଗୁମର ଖୋଲିଛି ଜିଆରପି  ଚୋର ବୋଲି ସନ୍ଦେହ ଯେପରି ନହେବ ସେଥିପାଇଁ  ଏହି  ବେଶ ଧାରଣ କରିଥିବା କହିଛନ୍ତି ଜିଆରପି ଅଧିକାରୀ।  ନାଁ ତାଙ୍କର ନବ କିଶୋର  ଓରଫ୍ ନବ । ରାତିରେ ଭୁବନେଶ୍ୱର ରେଳଷ୍ଟେସନ୍ ଫ୍ଲାଟଫର୍ମରେ ଶୋଇଥିବା ଜଣେ ବିହାର ଯାତ୍ରୀଙ୍କଠାରୁ ଫୋନ, ବ୍ୟାଗ ଚୋରି କରି ଖସିବାକୁ ଉଦ୍ୟମ କରୁଥିବା ବେଳେ ସେ  ଧରାପଡିଛି । ଖାଲି ସେତିକି ନୁହେଁ ନିଜକୁ ନିର୍ଦୋଷ ବୋଲ ପ୍ରମାଣିତ କରିବା ପାଇଁ  ଜିଆରପି କର୍ମଚାରୀଙ୍କ ସହ ଯୁକ୍ତି କରିଛନ୍ତି ଚୋର।  ପାଖରେ ଜିଆରପି କର୍ମଚାରୀ ଜଗି ରହିଥିବା ବେଳେ  ଥଣ୍ଡା ପାନୀୟ ବୋତଲରେ ନିଜ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଆଉ ନବଙ୍କର ମୁଣ୍ଡ ବି ଫାଟିଛି।  ଏପଟେ ଇମିଟେସନ ବିକ୍ରି ପାଇଁ  ଏପରି ବେଶ ହୋଇଥିଲା ବୋଲି  କହିଛି ଅଭିଯୁକ୍ତ ।

ତେବେ ଖୋଳତାଡରୁ  ଜଣାପଡିଛି, ଅଭିଯୁକ୍ତ ନବ ପୂର୍ବରୁ  ପୂଲିସର କୁଇକ କସନ ପାଇଁ ଖବରି ଭଳି କାମ କରୁଥିଲା ଏପରିକି ଟିମକୁ ଅପରାଧୀଙ୍କ ସଂପର୍କରେ ସୁରାଗ ଦେଉଥିଲା ଗିରଫ ପରେ   ଜିରପି ପୁଲିସ ତାର ଅପରାଧ ଫାଇଲ ଛାନଭିକରୁଛି  ପୂର୍ବରୁ ସେ ଉ କୋତୋଟି ମାମଲାରେ ସଂପୃକ୍ତ ସେନେଇ  ଖୋଳତାଡ ଚାଲିଛି

Related story