ଟ୍ରେନରେ ଯାତ୍ରା ବେଳେ ଜୀବନ ଗଲା

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଗତକାଲି ରାତିରେ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ଯାତ୍ରୀଙ୍କର ମୃତ ହୋଇଛି ।  ମୃତ ଯାତ୍ରୀ ହେଲେ ଏଲ୍. କାମେଶ୍ୱର ରାଓ। ମିଳିଥିବା ସୂଚନା ଅନୁସାରେ, କାମେଶ୍ୱର ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜିଠାରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ରେଲେଓ୍ୱ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ହୃଦ୍‌ଘାତରେ କାମେଶ୍ୱରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । […]

death

Niharika Rout
  • Published: Wednesday, 25 December 2019
  • , Updated: 25 December 2019, 02:42 PM IST

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର): ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସରେ ଗତକାଲି ରାତିରେ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ଯାତ୍ରୀଙ୍କର ମୃତ ହୋଇଛି ।  ମୃତ ଯାତ୍ରୀ ହେଲେ ଏଲ୍. କାମେଶ୍ୱର ରାଓ।

ମିଳିଥିବା ସୂଚନା ଅନୁସାରେ, କାମେଶ୍ୱର ରାୟପୁରରୁ ପଲାସା ଯାଉଥିଲେ । କଣ୍ଟାବାଞ୍ଜିଠାରେ ହଠାତ୍‌ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ରେଲେଓ୍ୱ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ହୃଦ୍‌ଘାତରେ କାମେଶ୍ୱରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ  ବୋଲି ଜଣାପଡ଼ିଛି।

Related story